Sat. Mar 7th, 2026

ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

236 Views

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାଯାଇଛି। ସେ ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ପଦ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବତନ ବିଧାୟିକା ତଥା ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ।

ଏହା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ବିଜେପି ମଧ୍ୟ ଗତଥରର ପ୍ରାର୍ଥୀ ସନତ ଗଡତିଆଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି । ସେ ବି ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବିଧାନସଭା ନିର୍ବାଚନରେ ଉଭୟ ହିଂଜିଳି ଓ ବିଜେପୁର ଆସନରୁ ବିଜୟୀ ହୋଇଥିଲେ। ସେ ଏଥିମଧ୍ୟରୁ ବିଜେପୁର ଆସନର ଇସ୍ତଫା ଦେବାପରେ ଏଠାରେ ଉପନିର୍ବାଚନ ହେଉଛି । ଆସନ୍ତା ମାସ୨୧ ତାରିଖରେ ମତଦାନ ହେବ। ଏଠାରେ ୨୪ ତାରିଖରେ ଭୋଟ ଗଣତି ହେବ ।

By amfnews

Related Post