Wed. Jun 11th, 2025

ବିଜେପି ମିଥ୍ୟା ପ୍ରଚାର କରୁଛି: ବିଜେଡି

By amfnews Oct 16, 2018 #Featured
347 Views

ଭୁବନେଶ୍ବର : ବାତ୍ୟା ଓ ବନ୍ୟା ପରିଚାଳନାରେ ମହାବିଭ୍ରାଟ ନେଇ ବିଜେପି ଓ କେନ୍ଦ୍ର ମନ୍ତ୍ରୀ ଅଭିଯୋଗ ଆଣିଲା ପରେ ବିଜେଡି ତାହାର ଜବାବ ଦେଇଛି। ରାଜନୈତିକ ଅଭିସନ୍ଧି ରଖି ବିଜେପି ମିଥ୍ୟା ପ୍ରଚାର କରୁଛି ବୋଲି ଦଳ କହିଛି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗତ ୧୮ ବର୍ଷ ମଧ୍ୟରେ ଓଡ଼ିଶାର ଦ୍ବିତୀୟ ଭୟଙ୍କର ବାତ୍ୟା ଥିଲା ତିତଲି। ଏହି ବାତ୍ୟାର ମୁକାବିଲା ପାଇଁ ଯେପରି ପଦକ୍ଷେପ ନିଆଯାଇଥିଲା, ତାହା ଓଡ଼ିଶାର ଜନସା‌ଧାରଣ ଜାଣିଛନ୍ତି। ଯେଉଁ ପ୍ରକାରରେ ବାତ୍ୟାର ପ୍ରଭାବକୁ ନିୟନ୍ତ୍ରିତ କରାଯାଇଥିଲା, ସେଥିରେ ବିଜେପି ଭୟଭୀତ ହୋଇପଡ଼ିଛି। ଯେଉଁ ସ୍ବେଚ୍ଛାସେବୀ, ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ନିଷ୍ଠାର ସହ ରାତିଦିନ କାର୍ଯ୍ୟ କରି ୩ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ, ‌ବିଜେପି ନେତାଙ୍କ ବକ୍ତବ୍ୟ ସେମାନଙ୍କ ବଳିଦାନକୁ ଅସମ୍ମାନିତ କରୁଛି।

ଉପକୂଳ ଓଡ଼ିଶାରେ ଯଦିଓ ତିତଲି ଲ୍ୟାଣ୍ଡ୍‌ଫଲ୍‌ କରିଥିଲା, କିନ୍ତୁ ସମଗ୍ର ଉପକୂଳରେ ଗୋଟିଏ ବି ମୂଲ୍ୟବାନ ଜୀବନ ପ୍ରତି କୌଣସି ବିପତ୍ତି ଆସି ନ ଥିଲା। ଏହା ରାଜ୍ୟ ସରକାରଙ୍କ ଦୃଢ଼ ପ୍ରସ୍ତୁତିକୁ ଦର୍ଶାଉଛି। ବିଜେପି ଏହି ସଫଳତାରେ ଈର୍ଷାନ୍ବିତ ହୋଇ ମିଥ୍ୟା ଅଭିଯୋଗ ଆଣିବାରେ ଲାଗିଛି। ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଘଟଣାକୁ ବିଜେପି ଯେପରି ଭାବେ ରାଜନୀତିକରଣ କରୁଛି, ତାହା ଦୁର୍ଭାଗ୍ୟଜନକ। ଦୁଇ ଜଣ ବିଜେପିର କେନ୍ଦ୍ର ମନ୍ତ୍ରୀ ଏହି ରାଜ୍ୟର। କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସାଥୀରେ କେବଳ ଫଟୋ ନ ଉଠାଇ କେନ୍ଦ୍ର ସରକାରଙ୍କ ଟେଲି ଯୋଗାଯୋଗ, ରାସ୍ତା ଓ ପରିବହନ, ରେଳବାଇ ଓ ଅର୍ଥ ମନ୍ତ୍ରଣାଳୟକୁ ରାଜ୍ୟରେ ଠିକ୍ ଭାବେ କାର୍ଯ୍ୟ କରିବାକୁ କୁହନ୍ତୁ ବୋଲି ଶ୍ରୀ ପାତ୍ର କହିଛନ୍ତି।

By amfnews

Related Post