ରାଉରକେଲା, ନଭେମ୍ବର,୪: ବିଜେପି ଝିରିପାଣି ଶକ୍ତି କେନ୍ଦ୍ରର ବୈଠକ ଶକ୍ତିକେନ୍ଦ୍ର ପ୍ରମୁଖ ରମେଶ ସିଂଙ୍କ ଅଧ୍ୟକ୍ଷତାରେ ଝିରିପାଣି ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ରାଉରକେଲା ନିର୍ବାଚନ କ୍ଷେତ୍ର ପ୍ରଭାରୀ ତପନ କୁମାର ସ୍ୱାଇଁ ଯୋଗ ଦେଇ ଶକ୍ତିକେନ୍ଦ୍ର ଅଧିନରେ ଥିବା ୭ଟି ବୁଥ୍ କେନ୍ଦ୍ରକୁ ଶକ୍ତିଶାଳୀ କରିବା ପାଇଁ ବୁଥ୍ କମିଟି ତୁରନ୍ତ ଗଠନ ସହ କେନ୍ଦ୍ର ସରକାରଙ୍କ ବିବିଧ ଜନହିତକର ଯୋଜନା ଗୁଡିକ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ ।
ରାଜ୍ୟ ସରକାରଙ୍କ ବିଫଳତା, ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଜନତାଙ୍କ ଦୃଷ୍ଟି ଗୋଚରକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । କୋଏଲନଗର ମଣ୍ଡଳ ପ୍ରଭାରୀ ତଥା ଜିଲା ମୁଖପାତ୍ର ଗଙ୍ଗାଧର ଦାଶ ଶକ୍ତିକେନ୍ଦ୍ର ଗୁଡିକୁ ଶକ୍ତିଶାଳୀ କରିବା ପାଇଁ ତୃଣମୂଳ ସ୍ତରରେ ବୁଥ୍ କମିଟିକୁ ମଜବୁତ କରିବା ସହ ଚଲିତ ମାସ ୧୧ ତାରିଖରେ ହେବାକୁ ଥିବା ପଦଯାତ୍ରାରେ ସମସ୍ତେ ସାମିଲ୍ ହୋଇ ଲୋକଙ୍କ ନିକଟରେ ପହଞ୍ôଚବା ପାଇଁ କହିଥିଲେ । ବୈଠକରେ ବୁଥ୍ ସଭାପତି, ବୁଥ୍ ପ୍ରମୁଖ, ବୁଥ୍ ପ୍ରଭାରୀ ଉପସ୍ଥିତ ଥିଲେ ।
ସେମାନଙ୍କ ମଧ୍ୟରେ ଗୋପୀନାଥ ବାରିକ, ସୁମିତ୍ରା ଲୋହାର, ନରେନ୍ଦ୍ର ପଣ୍ଡା, ଶ୍ରବଣ କୁମାର ବାରିକ, ବଣ୍ଟି ସାଣ୍ଡିଲ, ଧନେଶ୍ୱର ସାହୁ, ପ୍ରମୋଦ କୁମାର ନାୟକ, ମନୋଜ କବି, ଶଶାଙ୍କ ମହାନ୍ତି, ବିଶ୍ୱନାଥ ମହାପାତ୍ର, ଅର୍ଜୁନ ସିଂ, ପ୍ରଦୀପ ସିଂ, ଲଖମନ କଂସାରୀ, ରାମପ୍ରସାଦ ସାହୁ, ସଞ୍ଜୟ ସିଂ, ରଣଜିତ ସାହୁ, ଆୟୁବ କୁଜୁର, ନରେଶ କଂସାରୀ, ରବି ଦାସ, ବିନୟ ତିର୍କୀ ସାମିଲ୍ ଥିବାବେଳେ ଗୋପୀନାଥ ବାରିକ ଧନ୍ୟବାଦ ଦେଇଥିଲେ ।