ହ୍ରାଇଦ୍ରାବାଦ, ଡିସେମ୍ବର ୦୬ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତେଲେଙ୍ଗାନା ବିଧାନସଭା ନର୍ବାଚନ ପାଇଁ ପ୍ରଚାର କରିଛନ୍ତି । ନିର୍ବାଚନ ପାଇଁ ପ୍ରଚାର ସମୟରେ ଯୋଗୀ ବିଜେପି ସପକ୍ଷରେ ମତଦାନ କରିବାକୁ ଲୋକଙ୍କ ନିକଟରେ ଅପିଲ କରିଛନ୍ତି । ସେ କହିଛନ୍ତି, ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରି ଭାଗ୍ୟନଗର ରଖାଯିବ । ସେହିପରି କରୀମନଗର ନାମ ପରିବର୍ତ୍ତନ କରାଯାଇ କରିପୁରମ ରଖାଯିବ ।
ତେଲେଙ୍ଗାନା ଲୋକଙ୍କୁ ସମ୍ମାନ ଜଣାଇ ବିଜେପି କରିମନଗର ନାମ ପରିବର୍ତ୍ତନ କରିବ ବୋଲି କରିମନଗରରେ ଆୟୋଜିତ ଏକ ରାଲିରେ ଯୋଗୀ କହିଛନ୍ତି । ଯୋଗୀ ହାଇଦ୍ରାବାଦର ନାମ ଭାଗ୍ୟନଗର ରଖାଯିବ ବୋଲି ପୁଣିଥରେ କହିଛନ୍ତି । ନିଜମାବାଦ ଜିଲ୍ଲାର ବୋଧନ ସହରରେ ଅନୁଷ୍ଠିତ ଅନ୍ୟ ଏକ ରାଲିରେ ଯୋଗୀ ଏହା କହିଛନ୍ତି । ଉତ୍ତରପ୍ରଦେଶରେ ଆମେ ଫୈଜାବାଦ ନାମ ପରିବର୍ତ୍ତନ କରି ଅଯୋଧ୍ୟା ଏବଂ ଆହ୍ଲାବାଦକୁ ପ୍ରୟାଗରାଜ କରିଛୁ ।
ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଅନେକ ଗୁଡ଼ିକ ଐତିହାସିକ ସ୍ଥାନ ଗୁଡ଼ିକର ନାମ ପରିବର୍ତ୍ତନ ହୋଇଛି । କେବଳ ସହର ନୁହେଁ ବରଂ ମୁଗଲସରାଇ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ ରଖାଯାଇଛି ।