Sat. Mar 7th, 2026

ବିଜେପି ଚାପରେ ଜେଡିୟୁ ଘୋଷଣା ପତ୍ର ପ୍ରକାଶ କରୁ ନାହିଁ !

354 Views

ପାଟନା: ବିଜେପି ଓ ଜେଡିୟୁ ଏଥର ସାଧାରଣ ନିର୍ବାଚନରେ ବିହାରରେ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ଏହି ଦୁଇ ପାର୍ଟିର କେତେକ ପ୍ରସଙ୍ଗରେ ମତ ସଂପୂର୍ଣ୍ଣ ଭିନ୍ନ। ଏହି କାରଣରୁ  ତିନିଟି ପର୍ଯ୍ୟାୟର ମତଦାନରେ ପରେ ବି ଜେଡ଼ିୟୁ ଏଯାବତ୍‌ ନିଜର ନିର୍ବାଚନୀ ଘୋଷଣାପତ୍ର ପ୍ରକାଶ କରିପାରି ନାହିଁ। ଏହା ପଛରେ ବିଜେପିର ଚାପ ଥିବା ବୋଲି କୁହାଯାଉଛି।

ଏଠାରେ ସୂଚନାଯୋଗ୍ୟ ଯେ ଜେଡିୟୁ ଏପ୍ରିଲ ୧୪ ତାରିଖରେ ନିଜର ‘ନିଶ୍ଚୟ ପତ୍ର’ ରିଲିଜ୍‌ କରିବାର ଥିଲା। କିନ୍ତୁ ଜେଡିୟୁ ନେତାମାନେ ଳକ୍ଷ୍ୟ କଲେ ଯେ ଧାରା ୩୭୦ ଓ ଧାରା ୩୫୦ ,ୟୁନିଫର୍ମ ସିଭିଲ କୋଡ ଏବଂ ରାମ ମନ୍ଦିର ଆଦି ପ୍ରସଙ୍ଗରେ ବିଜେପିଠାରୁ ଦଳର ମତ ଭିନ୍ନ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ୩୭୦ ଧାରା ଉଚ୍ଛେଦ ଓ ରାମ ମନ୍ଦିର ନିର୍ବାଣକୁ ସମର୍ଥନ କରୁଛନ୍ତି। ଏଣୁ ଏଭଳି ବିବାଦରୁ ଦଳ ନିଜକୁ କିପରି ଅଲଗା ରଖିବ,ତା’କୁ ନେଇ ଚିନ୍ତାରେ ଅଛି ଜେଡିୟୁ ।

ଏଣେ ଜେଡିୟୁ ବିହାର ପ୍ରଦେଶ ଅଧ୍ୟକ୍ଷ ବଶିଷ୍ଠ ନାରାୟଣ କହିଛନ୍ତି ଦଳ ଚଳିତ ସପ୍ତାହରେ ନିଜର ଘୋଷଣା ପତ୍ର ଜାରି କରିବ। ଅପରପକ୍ଷରେ ଜେଡିୟୁ ମୁଖପାତ୍ର ରାଜୀବ ରଂଜନ କହିଛନ୍ତି ବିହାରରେ ଲୋକଙ୍କର ନୀତିଶ  କୁମାରଙ୍କ ଉପରେ ଭରସା ଅଛି ଏବଂ  ବିକାଶ ପାଇଁ ଏନଡିଏକୁ ଲୋକେ ଭୋଟ୍‌ ଦେବେ। ଏଥିପାଇଁ ଘୋଷଣା ପତ୍ରର କିଛି ଅର୍ଥ ନାହିଁ।

By amfnews

Related Post