Thu. Dec 26th, 2024

ବିଜେପି କାର୍ଯ୍ୟାଳୟରେ ୭୨ତମ ସ୍ୱାଧୀନତା ଦିବସ ପାଳିତ

rklsanchar@gmail.com' By J.N. Pradhan Aug 17, 2018 #Featured
195 Views

ରାଉରକେଲା, ୧୭ା୮ : ୭୨ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସେକ୍ଟର-୩ ସ୍ଥିତ ଦଳୀୟ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପାନପୋଷ ସାଙ୍ଗଠନିକ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ଆମନ୍ତ୍ରଣକ୍ରମେ ବରିଷ୍ଠ ବୟୋଜ୍ୟେଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିସାନ ପ୍ରସାଦ ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସଭ୍ୟ ଏବଂ ଜନତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ଓ ମହାତ୍ମ୍ୟ ସମ୍ପର୍କରେ ଉଦ୍ବୋଧନ ଦେବା ସହ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ବୀରମାନଙ୍କ ସ୍ମୃତିଚାରଣ କରିଥିଲେ । ଗରିବ ମା ଆଖିରେ ଲୁହ ଦେଖିଥିବା ମୋଦି ଉଜ୍ୱଳା ଯୋଜନା ମାଧ୍ୟମରେ ପୋଛୁଛନ୍ତି କୋଟି କୋଟି ମା’ଙ୍କ ଆଖିର ଲୁହ ।

ଗରିବଙ୍କ ଦୁଃଖଦୁର୍ଦ୍ଦଶା ତାଙ୍କ ମନରେ କଷ୍ଟ ଓ ସମ୍ବେଦନଶୀଳତାରୁ ସବ୍କା ସାଥ୍ ସବ୍କା ବିକାଶ ବିଚାର ଜନ୍ମ ନେଇଥିଲା । ନାରୀ ଜାତିର ସମ୍ମାନ ବୃଦ୍ଧି, ଉଜ୍ୱଳା, ଧନଜନ, ରାସନ କାର୍ଡ ଯୋଜନାରେ ନାରୀମାନଙ୍କ ନାମକୁ ପ୍ରାଧାନ୍ୟ ଦେଉଛନ୍ତି । ମୋଦିଙ୍କ ନେତୃତ୍ୱରେ ବିଶ୍ୱ ଦରବାରରେ ଭାରତର ଗାରିମା ବୃଦ୍ଧି ସହ ଆର୍ôଥକ କ୍ଷେତ୍ରରେ ଭାରତ ୬ଷ୍ଠ ସ୍ଥାନରେ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭା ହୋଇଛି । ଆଜି ଭାରତ ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ଉଲ୍ଲେଖ କରିଥିଲେ । ଜିଲା ସଭାପତି ଜଗବନ୍ଧୁ ବେହେରା ସମସ୍ତଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ପ୍ରମିଳା ଦାଶ, ପୂର୍ଣ୍ଣିମା କେର୍କେଟା, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା କଳ୍ପନା ଲେଙ୍କା, ଉପସଭାପତି ତପନ ସ୍ୱାଇଁ, ସୁବ୍ରତ ପଟ୍ଟନାୟକ, ଶଶାଙ୍କ ଜେନା, ଜିଲା ସାଧାରଣ ସମ୍ପାଦକ ରାଇସନ ତିର୍କୀ, ଦିଲ୍ଲୀପ ଦାଶ, ଜିଲା ସମ୍ପାଦକ ନାରାୟଣ ମହାନ୍ତି, ମୁଖପାତ୍ର ଗଙ୍ଗାଧର ଦାଶ, ଅଶୋକ ଲେଙ୍କା, ଦୀପକ ତିୱାରୀ, ବିନ୍ଦର ସିଂ, ଜିଲା କୋଷାଧ୍ୟକ୍ଷ ଜିତେନ୍ଦ୍ର ଅଗ୍ରୱାଲ, ଜିଲା ମହିଳା ମୋର୍ଚ୍ଚାର ଲତିକା ପଟ୍ଟନାୟକ, ଭ୍ରମରବର ବେହେରା, ବସନ୍ତ ସାମଲ, ମଣ୍ଡଳ ସଭାପତି ପରେଶ ମିଶ୍ର, ଭବାନୀ କବି, କେଦାର ମହାନ୍ତି, କୈଳାସ ରାଉତ, ଏନ୍.ବି. ରାୟ, ଅଜୟ କଂସାରୀ, ରମାକାନ୍ତ ଜେନା, ଶେଖ ମୁଜାହିଦ, ପ୍ରବାଳ ରଞ୍ଜନ ବାରିକ, ସନ୍ଦୀପ ଅଗ୍ରୱାଲ, ଇପ୍ସିତା ଦାସ, ସସ୍ମିତା ସାହୁ, ମମତା ମହାନ୍ତି, ଅଳକା ମହାନ୍ତି, ଲିପ୍ସା ମହାରଣା, ଝରଣା ମହାରଣା, ସୁନୀତା ମୋହିନୀ, ସୁଶୀଳା ଶର୍ମା, ସୁମି ଜେନା, ଅବିନାଶ ଜେନା, ଭଗବାନ ମହାପାତ୍ର, ସଂଯୁକ୍ତା ମିଶ୍ର, ତାରାକାନ୍ତ ମହାପାତ୍ର, ଏମ୍ଡି ସମିର, ୱାହିଦ ଅନସାରୀ, ଚନ୍ଦନ ସାମଲ, ମିରଜ ଅନସାରୀଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Related Post