Sun. Mar 8th, 2026

ବିଜେପିର ‘ହନୁମାନ’ ପ୍ରଚାରକଙ୍କ ଆତ୍ମହତ୍ୟା

223 Views

କୋଲକାତା  : ଲୋକସଭା ନିର୍ବାଚନ ବେଳେ ପଶ୍ଚିମବଙ୍ଗ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଥିବା ନିଭାସ ସରକାରଙ୍କ ମୃତ୍ୟୁ ଘଟିଛି। ବିଷ ପିଇ ସେ ଆତ୍ମହତ୍ୟା କରିଛନ୍ତି। ବିଷ ପିଇବାର କାରଣ ଅସ୍ପଷ୍ଟ ରହିଛି। ଲୋକସଭା ନିର୍ବାଚନ ବେଳେ ହନୁମାନ ବେଶରେ ସେ ରାଣାଘାଟ ବିଜେପି ସାସଂଦ ଜଗନ୍ନାଥ ସରକାରଙ୍କ ପାଇଁ ପ୍ରଚାର କରିଥିଲେ। ନିଭାସଙ୍କ ଏହି ପ୍ରଚାର ଶୈଳୀ ସେତେବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବିଜେପି ନେତା ଏବଂ କର୍ମୀମାନେ ମଧ୍ୟ ନିଭାସଙ୍କ ପ୍ରଚାର ଶୈଳୀକୁ ସୋଶାଲ ମିଡିଆରେ ମିଳିମିଶି ସେୟାର କରୁଥିଲେ। ଏହାପରେ ନିଭାସଙ୍କୁ ବହୁତ ଲୋକ ଜାଣିବାକୁ ପାଇଥିଲେ।

ନିଭାସ ସରକାରର ଜଣେ ଆରଏସଏସ କର୍ମୀ ଏଥିସହ ଯାତ୍ରା କଳାକାର। ରାଜସ୍ଥାନ ଉଦୟପୁରରେ ତାଙ୍କ ପୁଅ ଡାକ୍ତର ଅଛନ୍ତି। ତେଣୁ ସେ ନିକଟରେ ପଶ୍ଚିମବଙ୍ଗରୁ ଉଦୟପୁରକୁ ସ୍ଥାନାନ୍ତରିତ ହୋଇଯାଇଥିଲେ।

ନିଭାସଙ୍କ ମୃତ୍ୟୁରେ ରାଣାଘାଟର ବିଜେପି ସାଂସଦ ଜଗନ୍ନାଥ ସରକାର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କର ଜଣେ ବଡ଼ ସମର୍ଥକଙ୍କୁ ସବୁଦିନ ପାଇଁ ହରାଇଲେ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗର ଏନଆରସି ନିୟମ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଉପରେ ଅସନ୍ତୋଷ ପ୍ରକାଶ କରି ନିଭାସ ଆତ୍ମହତ୍ୟା କରିଛନ୍ତି ବୋଲି ସୋଶାଲ ମିଡିଆରେ ମତ ପ୍ରକାଶ ପାଇଛି। ଯାହାକୁ ଉଭୟ ନିଭାସଙ୍କ ପରିବାର ଓ ଦଳ ଖଣ୍ଡନ କରିଛନ୍ତି।

By amfnews

Related Post