114 Views
ଭୁବନେଶ୍ବର, ଜାନୁୟାରୀ ୦୨ : ଏମିତି ତ ବିଜେପି ସ˚ଖ୍ୟାଲଘୁ ଭୋଟର୍ଙ୍କ ଆସ୍ଥା ଭାଜିତ ହୋଇପାରି ନାହିଁ; ପୁଣି ଏହି ଗୈରିକ ଦଳର ଦଳିତ ଭୋଟ୍ ବ୍ୟାଙ୍କ ଅବକ୍ଷୟମୁଖୀ। ନିକଟ ଭବିଷ୍ୟତରେ ଏହି ସମୀକରଣର ତ୍ବରିତ ଉନ୍ନତି ନଜରକୁ ଆସୁ ନଥିବାରୁ ଆସନ୍ନ ଲୋକସଭା ଭୋଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପି ପାଇଁ କଠୋର ଅଗ୍ନି ପରୀକ୍ଷା ସାବ୍ୟସ୍ତ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୂର୍ବାନୁମାନ କରିଛନ୍ତି। ସଦ୍ୟ ସମାପ୍ତ ୫ଟି ବିଧାନସଭା ନିର୍ବାଚନ ଫଳାଫଳକୁ ଆଧାର କରି ଏହି ମହଲ ଦର୍ଶାଇଛନ୍ତି ଯେ ଆଗାମୀ ନିର୍ବାଚନରେ ବିଜେପିର ସ˚ଖ୍ୟାଲଘୁ ଓ ଦଳିତ ଭୋଟ୍ ବ୍ୟାଙ୍କ ସ୍ଥିତି ଅଧିକ ଶୋଚନୀୟ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
ସୂଚନାଯୋଗ୍ୟ, ବିଜେପି ଗଡ଼ ଭାବେ ବିବେଚିତ ହୋଇ ଆସିଥିବା ହିନ୍ଦୀଭାଷୀ ରାଜସ୍ଥାନ, ମଧୢ ପ୍ରଦେଶ ଓ ଛତିଶଗଡ଼ରେ ଆଦିବାସୀ ଓ ହରିଜନଙ୍କ ପାଇଁ ସ˚ରକ୍ଷିତ ମୋଟ ୧୮୧ ଆସନରୁ ବିଜେପି ୨୦୧୩ ନିର୍ବାଚନରେ ୧୨୯ରେ ବିଜୟୀ ହୋଇଥିଲା। ୨୦୧୮ ଶେଷ ଭାଗରେ ଅନୁଷ୍ଠିତ ନିର୍ବାଚନରେ କ୍ଷମତାଚ୍ୟୁତ ବିଜେପି ସେଥିରୁ ମାତ୍ର ୬୦ଟି ଆସନ ବଞ୍ଚାଇ ପାରିଛି। ରାଜସ୍ଥାନରେ ୫୯ଟି ସ˚ରକ୍ଷିତ ଆସନରୁ ବିଜେପି ପୂର୍ବ ନିର୍ବାଚନରେ ୫୦ଟି ଦଖଲ କରିଥିବା ବେଳେ ଏହି ନିର୍ବାଚନରେ ତାହା ୨୧କୁ ହ୍ରାସ ପାଇଛି। ଅନୁରୂପ ଭାବେ ମଧୢ ପ୍ରଦେଶର ୮୨ଟି ସ˚ରକ୍ଷିତ ଆସନରୁ ବିଜେପି ପୂର୍ବର ୫୯ଟି ଆସନ ପାଇଥିଲା ବେଳେ ଏଥର ପାଇଛି ୩୪ଟି। ଏହି ଧାରାରେ ଛତିଶଗଡ଼ର ୩୯ଟି ସ˚ରକ୍ଷିତ ଆସନରୁ ବିଜେପି ୨୦ଟି ପାଇଥିଲା ବେଳେ ଏଥର ୧୫ଟି ଆସନ ହରାଇ ୫କୁ ଖସିଛି। ଅନୁସୂଚିତ ଜାତି/ଜନଜାତି ନିର୍ଯାତନା ପ୍ରତିରୋଧ ଆଇନର ସ˚ଶୋଧନକୁ ନେଇ ସୂତ୍ରପାତ ଆଇନଗତ ବିବାଦ ଯୋଗୁଁ ବିଜେପି ଦଳିତ ବର୍ଗଙ୍କ ଆସ୍ଥା ହରାଇଥିବା କୁହାଯାଉଛି।
ଅନ୍ୟପକ୍ଷରେ ଦଳିତ ଓ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ସେମାନଙ୍କ ଘରେ ବିଜେପି ନେତୃବର୍ଗଙ୍କ ‘ବରାଦିଆ ଭୋଜନ’ କୌଶଳ ମଧୢ ଫେଲ୍ ମାରୁଛି। ବିଶେଷକରି ଓଡ଼ିଶାରେ ଯେ ଏହି କୌଶଳ ବୁମେରା˚ ପାଲଟିଛି, ସେଥିରେ ସନ୍ଦେହ ନାହିଁ। ବିଜେପୁର ଉପନିର୍ବାଚନ ପ୍ରଚାର ବେଳେ ବିଜେପି ନେତାମାନେ ଏମିତି ବରାଦିଆ ଭୋଜନ କୌଶଳ ପ୍ରୟୋଗ କରିଥିଲେ। ମାତ୍ର ଫଳ ଶୂନ। ବିରାଟ ବ୍ୟବଧାନରେ ବିଜେଡ଼ି ବିଜୟୀ ହେଲା। ଓଡ଼ିଶା ପାଇଁ ମିସନ୍-୧୨୦ ଘୋଷଣା କରିଥିବା ବିଜେପିର ରାଷ୍ଟ୍ରୀୟ ଅଧୢକ୍ଷ ଅମିତ୍ ଶାହ ଗତ ଜୁଲାଇରେ ଏହି କୌଶଳର ପୁନରାବୃତ୍ତି କରିଥିଲେ। ‘ମୋ ବୁଥ୍ ସବୁଠୁ ମଜବୁତ୍’ କାର୍ଯ୍ୟକ୍ରମରେ ଯାଇ ସେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ତି ବ୍ଲକ୍ ହୁଗୁଳାପଟାର ଭୂମିହୀନ ପ୍ରଜା ନବୀନ ସ୍ବାଇଁଙ୍କ ଘରେ ବରାଦି ମଧୢାହ୍ନ ଭୋଜନ କରିଥିଲେ। ଚାରି ମାସ ନଯାଉଣୁ ଦରିଦ୍ର ନବୀନ ଢ଼ଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ। ଅବଶ୍ୟ ଏହା ପୂର୍ବରୁ ନକ୍ସଲବାଡ଼ିରେ ଅମିତ୍ ଶାହଙ୍କ ଅନୁରୂପ ବରାଦି ଭୋଜନର ସମାନ ପରିଣାମ ଦେଖିବାକୁ ମିଳିଥିଲା ପଶ୍ଚିମବଙ୍ଗରେ।
ଉଲ୍ଲେଖଯୋଗ୍ୟ, ୨୦୧୪ ଲୋକସଭା ନିର୍ବାଚନରେ ଏକକ ସ˚ଖ୍ୟାଗରିଷ୍ଠତା ଲାଭ କରିଥିବା ବିଜେପି ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ˚ରକ୍ଷିତ ୮୪ ଓ ୪୭ ଆସନ ମଧୢରୁ ଯଥାକ୍ରମେ ୩୬ଟି ଓ ୩୧ଟି ଆସନ ପାଇଥିଲା। ସେଥିରେ ଓଡ଼ିଶାରୁ ଜୁଏଲ ଓରାମଙ୍କ ରୂପରେ ବିଜେପିର ଏକ ମାତ୍ର ଆସନ ଅନ୍ତର୍ଭୁକ୍ତ। ଅର୍ଥାତ୍ ମୋଟ ୧୩୧ ସ˚ରକ୍ଷିତ ଆସନରୁ ବିଜେପିକୁ ମିଳିଥିଲା ୬୭ଟି। ଶ୍ରୀ ଓରାମ ପୁନର୍ବାର ହେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ। ହେଲେ ଓଡ଼ିଶା ଜନସ˚ଖ୍ୟାର ୨୩% ଜନଜାତି ଓ ୧୨%ରୁ ଅଧିକ ଅନୁସୂଚିତ ଜାତିଙ୍କ ମନରେ କୌଣସି ଛାପ ଛାଡ଼ିବାରେ ସେ ସକ୍ଷମ ହୋଇପାରି ନାହାନ୍ତି। ମୋଟାମୋଟି ଭାବେ ଓଡ଼ିଶା ସମେତ ଦେଶର ଦଳିତ ବର୍ଗଙ୍କ ମାନସିକତାରେ ବିଜେପି ପ୍ରତି ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଉନଥିବାରୁ ୩ ମାସ ପରେ ହେବାକୁ ଥିବା ନିର୍ବାଚନରେ ବିଜେପି ଲୋକସଭାରେ ଏହାର ପୂର୍ବ ସ୍ଥିତି ବଜାୟ ରଖିବା ସମ୍ଭାବନା କ୍ଷୀଣ।
ଉପରୋକ୍ତ ୩ଟି ରାଜ୍ୟ ସହିତ ଡିସେମ୍ବରରେ ଅନୁଷ୍ଠିତ ମିଜୋରାମ ଓ ତେଲେଙ୍ଗାନା ନିର୍ବାଚନର ଫଳାଫଳରୁ ସ୍ପଷ୍ଟ ଯେ ବିଜେପି ପ୍ରତି ସ˚ଖ୍ୟାଲଘୁ ସମ୍ପ୍ରଦାୟଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡ଼ିଏ) ପ୍ରତି ମୁସଲିମ୍ ଭୋଟରଙ୍କ ସମର୍ଥନ ୪%ରୁ ୭%କୁ ବୃଦ୍ଧି ପାଇଥିଲା ସତ, ମାତ୍ର ଏହି ଭୋଟ୍ର ପ୍ରମୁଖ ଅ˚ଶୀଦାର ଥିଲେ ସହଯୋଗୀ ଦଳ। ୨୦୧୪ ନିର୍ବାଚନରେ ମୋଦୀଙ୍କ ଏନ୍ଡିଏକୁ ୮% ମୁସଲିମ୍ ଭୋଟ୍ରେ ମୁଖ୍ୟତଃ ସହଯୋଗୀ ଦଳଙ୍କ ଅବଦାନ ପ୍ରମୁଖ ଥିଲା। ଅବକ୍ଷୟ ସତ୍ତ୍ବେ ସେତେବେଳେ କ˚ଗ୍ରେସର ମୁସ୍ଲିମ୍ ଭୋଟ୍ ବ୍ୟାଙ୍କ ଥିଲା ୩୮%। ସମୀକ୍ଷା ଅନୁଯାୟୀ ଏହି ଭୋଟ୍ ବ୍ୟାଙ୍କର ପ୍ରାୟ ୫୪% ଯେ ଅଣବିଜେପି ଆଞ୍ଚଳିକ ଦଳଗୁଡ଼ିକୁ ଯାଉଛି।
ଏହା ସତ୍ତ୍ବେ ମୁସ୍ଲିମ୍ଙ୍କ ଆସ୍ଥା ହାସଲ ଦିଗରେ ଯେ ବିଜେପିର ଉଦ୍ୟମ ନଗଣ୍ୟ, ସେଥିରେ ସନ୍ଦେହ ନାହିଁ। ଧର୍ମ ଭିତ୍ତିରେ କୌଣସି ସମ୍ପ୍ରଦାୟକୁ ବିଜେପି ପାତର-ଅନ୍ତର କରେନା ବୋଲି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ ବାରାନ୍ତରେ କହି ଆସୁଥିଲେ ମଧୢ ଏହାର ବାସ୍ତବ ପ୍ରତିଫଳନ ବିଜେପିର ମୁସ୍ଲିମ୍ ସା˚ସଦ ଓ ବିଧାୟକ ସ˚ଖ୍ୟାରୁ ସ୍ପଷ୍ଟ। ୨୦୧୮ ଜାନୁଆରି ସୁଦ୍ଧା ହିସାବ ଅନୁଯାୟୀ ବିଜେପିର ମୋଟ ୧୪୧୮ ଜଣ ବିଧାୟକଙ୍କ ମଧୢରେ ମାତ୍ର ୪ ଜଣ ମୁସଲମାନ ପ୍ରତିନିଧି। ପୁଣି ଲୋକସଭାରେ ବିଜେପିର ଜଣେ ହେଲେ ମୁସ୍ଲିମ୍ ସା˚ସଦ ନାହାନ୍ତି। ୨୦୧୪ ସ˚ସଦୀୟ ନିର୍ବାଚନରେ ବିଜେପି ମାତ୍ର ୭ ଜଣ ମୁସଲିମ୍ ପ୍ରାର୍ଥୀ ଦେଇଥିବା ବେଳେ ଜଣେ ହେଲେ ନିର୍ବାଚିତ ହୋଇନଥିଲେ। ଦେଶର ମୋଟ ଜନସ˚ଖ୍ୟାର ପାଖାପାଖି ୩% ଖ୍ରୀଷ୍ଟିଆନଙ୍କ ମଧୢରେ ଏବେ ବି ବିଜେପି ପ୍ରତି ବିଶ୍ବାସ ସଙ୍କଟ ଥିବାରୁ କ˚ଗ୍ରେସ ଓ ଆଞ୍ଚଳିକ ଦଳ ସେଥିରୁ ଯତ୍କିଞ୍ଚିତ ଫାଇଦା ପାଉଛନ୍ତି। ନିଜ ଗଡ଼ ସମେତ ୫ଟି ରାଜ୍ୟରେ ଝଟକା ଖାଇଥିବା ବିଜେପି ସ୍ବଳ୍ପ ସମୟ ମଧୢରେ ଯେ ଦଳିତ ଓ ସ˚ଖ୍ୟାଲଘୁ ଭୋଟ୍ ବ୍ୟାଙ୍କର କ୍ଷତିଭରଣା କରିବାକୁ ସକ୍ଷମ ହେବ-ତାହାର ସମ୍ଭାବନା କ୍ଷୀଣ।