Tue. Mar 10th, 2026

ବିଜେପିର ଚିନ୍ମୟାନନ୍ଦଙ୍କୁ ଦୁଷ୍କର୍ମ ମାମଲାରେ ୭ ଘଣ୍ଟା ଜେରା

256 Views

ଶାହାଜାହାନପୁର  :  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ୍‌ ଦୀର୍ଘ ୭ ଘଣ୍ଟା କାଳ ମାରାଥନ ଜେରା କରିଛି। ଚନ୍ମୟାନନ୍ଦ ଜଣେ ଆଇନ୍‌ ଛାତ୍ରୀଙ୍କୁ ବ୍ଲାକମେଲ କରି ଦୀର୍ଘ ଗୋଟିଏ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଚିନ୍ମୟାନନ୍ଦଙ୍କ ମାମଲାର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ଏସ୍‌ଆଇଟି ଗଠନ କରିଥିଲେ। ଉକ୍ତ ଏସ୍‌ଆଇଟି ଗତକାଲି ରାତିରେ ତାଙ୍କୁ ଦୀର୍ଘ ୭ ଘଣ୍ଟା କାଳ ଜେରା କରିଛି। ଚିନ୍ମୟାନନ୍ଦଙ୍କ ବିରୋଧରେ ଏଯାଏ ପୁଲିସ୍‌ ଦୁଷ୍କର୍ମ ମାମଲା ରୁଜୁ କରିନାହିଁ। କିନ୍ତୁ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଘଟଣାର ତଦନ୍ତ କରୁଛି।

୭୩ ବର୍ଷୀୟ ଚିନ୍ମୟାନନ୍ଦ ଏକାଧିକ ଆଶ୍ରମ ଓ ଇନଷ୍ଟିଚ୍ୟୁଟ ଖୋଲିଛନ୍ତି। ଏଥିସହ ଅଟ୍ଟଳ ବିହାରୀ ବାଜେପୟୀଙ୍କ ସରକାରରେ ସେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସୂତ୍ର ଅନୁସାରେ, ଗୁରୁବାର ସନ୍ଧ୍ୟା ୬.୨୦ରେ ଏସ୍‌ଆଇଟି ତାଙ୍କୁ ଜେରା ଆରମ୍ଭ କରିଥିଲା। ଏହି ପଚରାଉଚରା କାର୍ଯ୍ୟ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଜାରି ରହିଥିଲା। ତଦନ୍ତରେ ଚନ୍ମୟାନନ୍ଦ ସହଯୋଗ କରିଛନ୍ତି ଏବଂ ଦରକାର ପଡ଼ିଲେ ସେ ଏଠାକୁ ପୁଣି ଆସିବେ ବୋଲି ତାଙ୍କ ଓକିଲ କହିଛନ୍ତି।

ଉତ୍ତର ପ୍ରଦେଶ ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ କଲେଜରେ ଏଲଏଲବି ପଢ଼ୁଥିବା ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ନାଟକୀୟ ଭାବରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଉତ୍ତର ପ୍ରଦେଶ ପୁଲିସ ଏହି ‘ନିଖୋଜ ଯୁବତୀ’ଙ୍କୁ ଅଗଷ୍ଟ ୩୦ର ସକାଳେ ରାଜସ୍ଥାନର ଫତେପୁର ନିକଟରୁ ଉଦ୍ଧାର କରିଥିଲା।
ପୀଡ଼ିତା ଛାତ୍ରୀ ଏସଆଇଟି ତଦନ୍ତ ବେଳେ କହିଛନ୍ତି, ଚିନ୍ମୟାନନ୍ଦ ଝିଅଙ୍କ ବାଥ୍ ରୁମରେ ସିସିଟିଭି ଲଗାଇ ଝିଅଙ୍କ ଗାଧୋଇବାର ଅନେକ ଭିଡିଓ ରେକର୍ଡିଂ କରିଥିଲେ। ଏହାପରେ ସେହି ଭିଡିଓକୁ ଦେଖାଇ ଚିନ୍ମୟାନନ୍ଦ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏମିତିକି ତାଙ୍କ ଦେହ ମାଲିସ କରାଉଥିଲେ। ତେବେ ପୀଡ଼ିତା ମଧ୍ୟ ନିଜକୁ ବଞ୍ଚାଇବା ପାଇଁ ଚିନ୍ମୟାନନ୍ଦଙ୍କ ଯୌନ କେଳେଙ୍କାରୀର ରେକର୍ଡିଂ କରିଥିଲେ। ଯାହାକି ଏସଆଇଟିକୁ ଏକ ପେନ ଡ୍ରାଇଭ ମାଧ୍ୟମରେ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

By amfnews

Related Post