Wed. Mar 11th, 2026

ବିଜେପିରେ ସାମିଲ୍ ହେଲେ ଡାନ୍ସର ସପନା ଚୌଧୁରୀ

203 Views

ନୂଆଦିଲ୍ଲୀ : ହରିଆନାର ଲୋକପ୍ରିୟ ଡାନ୍ସର ତଥା ଗାୟିକା ସପନା ଚୌଧୁରୀ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହୋଇଛନ୍ତି ସପନା। ଏହି ସମୟରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହ୍ୱାନ, କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏବଂ ସାଂସଦ ମନୋଜ ତିଓ୍ୱାରୀ ଉପସ୍ଥିତ ଥିଲେ।

ଲୋକସଭା ନିର୍ବାଚନ ପୂର୍ବରୁ ସପନା ଚୌଧୁରୀ କଂଗ୍ରେସରେ ସାମିଲ୍ ହୋଇଥିବା ନେଇ ଖବର ଆସିଥିଲା। କିନ୍ତୁ ପରେ ସାମ୍ୱାଦିକ ସମ୍ମିଳନୀ କରି ଏହି ଖବରକୁ ଖଣ୍ଡନ କରିଥିଲେ। ଏମିତିକି ୨୪ ମାର୍ଚ୍ଚରେ କହିଥିଲେ ସେ ଆଗାମୀ ଦିନରେ ମଧ୍ୟ କଂଗ୍ରେସରେ ସାମିଲ ହେବାର ସୂଚନା ନାହିଁ।

ଲୋକସଭା ନିର୍ବାଚନ ବେଳେ ସପନା ଚୌଧୁରୀ ସାସଂଦ ମନୋଜ ତିଓ୍ୱାରୀ ପାଇଁ ପ୍ରଚାର କରିଥିଲେ। ଆଗାମୀ ଦିନରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ରହିଛି। ସପନାଙ୍କୁ ଦଳରେ ସାମିଲ କରି ବିଜେପି ନିଜ ଦଳର ପ୍ରାର୍ଥୀଙ୍କ ପ୍ରତି ଭୋଟ ଯୋଗାଡ଼ କରିବାରେ ସଫଳ ହେବ ବୋଲି ଜଣାପଡ଼ିଛି।

By amfnews

Related Post