Tue. Jan 7th, 2025

ବିଜେପିରେ ଯୋଗ ଦେଲେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସର ପ୍ରମୂଖ ନେତା ଅର୍ଜୁନ ସିଂହ ଏବଂ ଟମ୍‌ ବଡକ୍କନ୍‌

By amfnews Mar 14, 2019 #Featured
286 Views

ନୂଆଦିଲ୍ଲୀ : ଗତ ରବିବାର ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନ ଆରମ୍ଭ ହେବାର ତାରିଖ ସହ ଶେଷ ହେବାର ତାରିଖ ଏବଂ ଫଳାଫଳ ଘୋଷଣା ହେବାର ତାରିଖକୁ ନେଇ ଘୋଷଣା କରିଥିଲେ । ଯାହା ପରେ ସବୁ ରାଜନୈତିକ ଦଳ ପ୍ରାର୍ଥୀ ଚୟନ କରିବାରେ ଲାଗି ପଡ଼ିଛନ୍ତି । ଏ ମଧ୍ୟରେ ଗତ ନିର୍ବାଚନ ଭଳି କିଛି ନେତା ଦଳ ବଦଳ କରୁଥିବା ଦେଖା ଯାଇଛି । ଗୁରୁବାର କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସର ଦୁଇ ପ୍ରମୂଖ ନେତା ଦଳ ବଦଳାଇ ବିଜେପିରେ ଯୋଗ ଦେଇଥିବା ଜଣା ପଡ଼ିଛି । କଂଗ୍ରେସର ମୁଖ୍ୟ ନେତା ଭାବେ ଜଣା ଯାଉଥିବା ଟମ୍‌ ବଡକ୍କନ୍‌ ଏବଂ ତୃଣମୂଳ କଂଗ୍ରେସର ବିଧାୟକ ଅର୍ଜୁନ ସିଂହ ଗୁରୁବାର ବିଜେପିରେ ଯୋଗ ଦେଇଥିବା ସ୍ପଷ୍ଟ କରିଛି ବିଜେପି ।

ANI

@ANI

Delhi: Congress leader Tom Vadakkan joins Bharatiya Janata Party in presence of Union Minister Ravi Shankar Prasad.

ସୂଚନା ମୁତାବକ, ଅର୍ଜୁନ୍‌ ସିଂହ ବରାକ୍‌ପୁରରୁ ଲଢ଼ିବା ପାଇଁ ଚାହୁଁଥିବା ବେଳେ ଦଳ ତାଙ୍କୁ ଟିକେଟ୍‌ ନ ଦେଇ ଦିନେଶ ତ୍ରୀବେଦିଙ୍କୁ ଟିକେଟ୍‌ ଦେଇଥିଲା । ଦଳର ଏଭଳି ନିଷ୍ପତ୍ତିରେ ନିରାଶ ହୋଇ ଅର୍ଜୁନ୍‌ ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି । ଅର୍ଜୁନ୍‌ଙ୍କ ପୂର୍ବରୁ ମଙ୍ଗଳବାର ତୃଣମୂଳ କଂଗ୍ରେସର ସାଂସଦ ଅନୁପମ ହାଜ୍‌ରା ବିଜେପିରେ ଯୋଗ ଦେଇଥିଲେ ।

ଅନ୍ୟ ପକ୍ଷରେ, ପୁଲଓ୍ଵାମା ଆକ୍ରମଣକୁ ନେଇ କଂଗ୍ରେସ ଦଳ ଯେଉଁ ଭଳି ଭାବେ ପ୍ରତିକ୍ରିୟା ରଖିଥିଲା, ସେଥିରେ ନିରାଶ ହୋଇ ବଡକ୍କନ୍‌ ଦଳ ଛାଡ଼ିଥିବା କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ଆକ୍ରମଣ ପରେ ଭାରତୀୟ ବାୟୁସେନା ଜବାବ ଦେବାକୁ ଯାଇ ଏୟାର ଷ୍ଟ୍ରାଇକ୍‌ କରିବା ପରେ ମଧ୍ୟ କଂଗ୍ରେସ ଦଳ ସେନାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲା । ଯାହାକୁ ଦେଖି ମୋ ହୃଦୟ ଭାଙ୍ଗି ଯିବା ସହ ମୁଁ ଦଳ ବଦଳାଇବା ପାଇଁ ଚିନ୍ତା କରିଥିଲି । ବୋଲି କହିଛନ୍ତି ବଡକ୍କନ ।

By amfnews

Related Post