Mon. May 19th, 2025

ବିଜେପିରେ ଯୋଗ ଦେବାରୁ ରାମକୃପାଳ ଯାଦବଙ୍କ ହାତ କାଟି ଦେବାକୁ ଚାହୁଁଥିଲୁ: ଲାଲୁଙ୍କ ଝିଅ ମିସା ଭାରତୀ

By amfnews Jan 19, 2019 #Featured
249 Views

ପାଟନା, ଜାନୁଆରୀ ୧୯ : ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା କାରଣରୁ କେନ୍ଦ୍ର ମନ୍ତ୍ରୀ ରାମ କୃପାଳ ଯାଦବଙ୍କ ହାତ କାଟି ଦେବାକୁ ଚାହୁଁଥିଲେ ବୋଲି କହି ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ବିରୁଡ଼ି ବସାରେ ହାତ ମାରିବା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି।

ଜାନୁଆରି ୧୬ ତାରିଖ ଦିନ ପାଟନାର ବିକ୍ରମ ଅଞ୍ଚଳରେ ଏକ ସମାବେଶକୁ ସମ୍ବୋଧନ କରିବା ବେଳେ ଭାରତୀ କହିଥିଲେ: ସେ (ରାମ କୃପାଳ ଯାଦବ) ଆଗରୁ ସେ ଶସ୍ୟରୁ ନଡ଼ା କାଟୁଥିଲେ। ତାଙ୍କ ପ୍ରତି ଆମର ଥିଲା ଗଭୀର ସମ୍ମାନ। କିନ୍ତୁ, ସେ ସୁଶୀଳ ମୋଦିଙ୍କ ସହ ଯୋଗ ଦେବାକୁ ଯିବାରୁ ତାଙ୍କ ପ୍ରତି ଆମର ସମ୍ମାନବୋଧ ସରିଗଲା। ସେ ସମୟରେ ମୋର ମନ ହେଉଥିଲା ସେଇ ଶସ୍ୟକଟା କଳରେ ତାଙ୍କ ହାତ କାଟି ପକାଇବାକୁ।

ଆର୍‌ଜେଡି ମୁଖ୍ୟ ଲାଲୁଙ୍କ ବଡ଼ଝିଅ ଭାରତୀ ରାମ କୃପାଳଙ୍କୁ ଦାଦି ବୋଲି ସମ୍ବୋଧନ କରୁଥିଲେ। ଏକଦା ଲାଲୁଙ୍କ ଘନିଷ୍ଠ ସହଯୋଗୀ ଥିବା ରାମ କୃପାଳଙ୍କୁ ପାଟଳିପୁତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିକିଟ୍‌ ନ ମିଳିବାରୁ ସେ ଆର୍‌ଜେଡି ଛାଡ଼ି ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ।

ସେ ଲୋକସଭା ନିର୍ବାଚନରେ ପାଟଳିପୁତ୍ର ଆସନରୁ ପ୍ରତିଦ୍ୱନ୍ଦିତା କରି ଭାରତୀଙ୍କୁ ପରାସ୍ତ କରିଥିଲେ।ଜଣେ ଦୋକାନୀ ଭାବେ ଜୀବୀକା ଆରମ୍ଭ କରିଥିବା ରାମ କୃପାଳ ପାଟନାର ଡେପୁଟି ମେୟର୍‌ ହେବା ନିମନ୍ତେ ପୌରପାଳିକା ନିର୍ବାଚନରେ ପ୍ରବେଶ କରି ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୯୨ରେ ସେ ବିହାର ବିଧାନସଭାରେ ବିଧାୟକ ହୋଇଥିଲେ ଓ ୧୯୯୩ରେ ଏକ ଉପନିର୍ବାଚନରେ ଲୋକସଭା ଆସନ ପାଇଥିଲେ।

By amfnews

Related Post