106 Views
ମାଲକାନଗିରି, ନଭେମ୍ବର,୪: ମାଲକାନଗିରି ଜିଲ୍ଲା ବିଜୁଜନତା ଦଳ ସଭାପତି ତଥା ମାନ୍ୟବର ବିଧାୟକ ମାନସ ମାଡକାମିଙ୍କ ଅଧ୍ୟକ୍ଷତାରେ କାଲିମେଳା ବ୍ଲକ ର ୨୩ ଟି ଗ୍ରାମ ପଞ୍ଚାୟତ ର ସମସ୍ତ ପଞ୍ଚାୟତ କମ୍ମିଟି ,୨୧ ଜଣିଆ ୱାର୍ଡ କମ୍ମିଟି ,ବୁଥ କମ୍ମିଟି ଓ ବ୍ଲକ କମ୍ମିଟି କୁ ନେଇ ମୋଟୁ ଥାନା ନିକଟସ୍ଥ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବା ସହ ପଞ୍ଚାୟତ ସ୍ତରୀୟ କର୍ମଶାଳା ଓ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମୀ ସମ୍ମିଳନୀ ରେ ବିଧାୟକ ମାନସ ମାଡକାମି ନିର୍ବାଚନ ପାଖେଇ ଆସୁଥିବାରୁ ଦଳୀୟ ଆଲୋଚନା ଓ ରଣନୀତି ପ୍ରସ୍ତୁତ କରିବା ସହ ସମସ୍ତ ସକ୍ରିୟ କର୍ମକର୍ତ୍ତାଙ୍କୁ ଉଦ୍ଦୀପନା ଉସ୍ଛାହ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ କହିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ , ଜିଲ୍ଲା ଯୁବ ସଭାପତି ନିରୋଧ ମିସ୍ତ୍ରୀ ,ନିର୍ବାଚନ ମଣ୍ଡଳୀ ସଂଯୋଜକ ଧନୁର୍ଜୟ ମାଡକାମି ,ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ ପଣ୍ଡା,କାଲିମେଳା ବ୍ଲକ ସଭାପତି ଇ. ଭେଙ୍କେଟ ରାଓ ,ସାଂସଦ ପ୍ରତିନିଧି ବିଶ୍ୱନାଥ ରେଡ୍ଡୀ , ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ କାମେଶ୍ୱର ରାଓ , ବରିଷ୍ଠ ବିଜେଡି କର୍ମକର୍ତ୍ତା ପରିତୋଷ ସରକାର ,ଈର୍ମା ପଡ଼ିଆମୀ ,ରମେଶ ପଟ୍ଟନାୟକ, ହିମାଂଶୁ ସାମଲ ,ମାଧବ ସାବତ ,ବିଧାୟକ ପ୍ରତିନିଧି ବିପ୍ଲବ ବିଶ୍ୱାସ ଓ ବ୍ଲକ ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସହ ୨୩ ଟି ଗ୍ରାମ ପଞ୍ଚାୟତ ର ସଭାପତି ,କର୍ମକର୍ତ୍ତା ଉପସ୍ଥିତ ଥିଲେ ।