Thu. Mar 12th, 2026

ବିଜେଡି ଛାତ୍ର ନେତାଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ

188 Views

ଭୁବନେଶ୍ୱର : ଭୁବନେଶ୍ୱରରେ ବିଜେଡି ଛାତ୍ର ନେତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ ଅଛନ୍ତି। ଏହି ଘଟଣାରେ ସମୁଦାୟ ୭ଜଣଙ୍କୁ ଗିରଫ କରାଯାଇଥିବା ଏବଂ ୩ଟି ଗାଡ଼ି ଜବତ ହୋଇଥିବା ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ୍‌ ଖୋଳତାଡ ଜାରି ରଖିଛି।

ସୂଚନାଯୋଗ୍ୟ, ଗତ ଶନିବାର ୟୁନିଟ ୯ ଅଞ୍ଚଳରେ ବିଜେଡି ଛାତ୍ର ନେତା ପି. ଆକାଶ ଦୋରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ନିଜ ଘର ପାଖରେ ବସିଥିବା ବେଳେ ୨୫ରୁ ୩୦ ଜଣ ଯୁବକ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏବେ ସେ ଭୁବନେଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ଅଛନ୍ତି। ଆକ୍ରମଣ ପଛରେ ରାଜନୈତିକ ଆକ୍ରୋଶ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

By amfnews

Related Post