Fri. Jun 13th, 2025

ବିଜେଡିର ମିଶ୍ରଣ ପର୍ବ

By amfnews Apr 2, 2019 #Featured
228 Views

କୋଟପାଡ: କୋଟପାଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ପ୍ରଚାର କରାଯିବା ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହାଟପଦାରେ ହକ୍ ମାଗୁଛି ଓଡ଼ିଶା ଓ ଏବଂ ନୂଆଗାଁରେ ଆୟୋଜିତ କର୍ମୀ ସମ୍ମଳିନୀ ଓ ମିଶ୍ରଣ ପର୍ବରେ ସର୍ଗିଗୁଡା, କୋଟପାଡ ଏନଏସିର ଶତାଧିକ ସମର୍ଥକ କଂଗ୍ରେସ ଓ ବିଜେପି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଦଳ ପକ୍ଷରୁ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା। କୋଟପାଡ ନିର୍ବାଚନ ମଣ୍ଡଳୀରେ ଗତ ୨୦ବର୍ଷ ଧରି ରାଜ୍ୟ ସରକାରଙ୍କ ଦ୍ବାରା ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ଆଧାର କରି ବିଜେଡି ପକ୍ଷରୁ ନିର୍ବାଚନୀ ପ୍ରଚାର କରାଯାଉଛି। ବିଜେଡିର ବିଧାୟକ ପ୍ରାର୍ଥିନୀ ପଦ୍ମିନୀ ଦିଆନ ଓ ସାଂସଦ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ଘର ଘର ବୁଲି ପ୍ରଚାର କରୁଛନ୍ତି। ନିର୍ବାଚନ ମଣ୍ଡଳୀ ସଂଯୋଜକ ପଙ୍କଜ କୁମାର ପାତ୍ର, ପର୍ଯ୍ୟବେକ୍ଷକ ନାରାୟଣ ପାତ୍ର, ବିରେନ ବିଶୋଇ, ସୁଧୀର ଚନ୍ଦ୍ର ମହାନ୍ତି, ପ୍ରଦୀପ ବକ୍ସି, ସଂଜୟ ସାହୁ, ମୁନା ମହାପାତ୍ର, ସନାତନ ଦାସ, କେଶବ ପଣ୍ଡା, ମାଳତି ମାଝୀଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ଏହି ପ୍ରଚାରରେ ସାମିଲ ହୋଇଛନ୍ତି।

By amfnews

Related Post