Wed. Mar 11th, 2026

ବିଜୁ ଯୁବବାହିନୀ ପକ୍ଷରୁ ଖେଳ ସରଞ୍ଜାମ ବିତରଣ

158 Views

ରାଉରକେଲା, ୧୭ା୧  : ରାଉରକେଲା ମହାନଗର ନିଗମରେ ବିଜୁ ଯୁବବାହିନୀ ପକ୍ଷରୁ ଖେଳ ସରଞ୍ଜାମ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଦିଲୀପ ତିର୍କୀ, କ୍ରୀଡ଼ାବିତ୍ ମିନତି ମହାପାତ୍ର, ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ ପ୍ରମୁଖ ଉପସ୍ଥିତ ଥିବାବେଳେ ଆର୍ଏମ୍ସି ଉପାୟୁକ୍ତା ସୁଷମା ବିଲୁଙ୍ଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୪୦ଟି ୱାର୍ଡର ବିଜୁ ଯୁବ ବାହିନୀ ସଦସ୍ୟ ଯୋଗ ଦେଇଥିବା ବେଳେ ସମସ୍ତ ୱାର୍ଡକୁ ନଗତ ଅର୍ଥ ଓ ଖେଳ ଉପକରଣ ବତରଣ କରାଯାଇଥିଲା । ସଂଯୋଜକ ବିକ୍ରମ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରେଗ୍ରାମ୍ ଅଫିସର ଅଭିଷେକ ମିଶ୍ର ଧନ୍ୟବାଦ ଦେଇଥିଲେ ।

By amfnews

Related Post