Sun. Mar 8th, 2026

ବିଜୁଳି ଆଘାତ ଲାଗି ଜଣେ ଯବାନ ମୃତ, ଅନ୍ୟ ଜଣେ ଆହତ

214 Views

ମାଲକାନଗିରି: ରବିବାର ଦିନ ମାଥିଲି ଥାନା ଅନ୍ତର୍ଗତ ନାୟକଗୁଡ଼ାସ୍ଥିତ ୪ର୍ଥ ଏସ୍‌ଏସ୍‌ବିଏନ୍‌ର ଦୁଇ ଜଣ ଯବାନଙ୍କୁ ବିଜୁଳି ଆଘାତ ଲାଗିଛି। ଏଥିରେ ଜଣେ ଯବାନଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତ ଯବାନ ଜଣକ ହେଉଛନ୍ତି ଏଲ୍‌ଏନ୍‌କେ୫ ରାହୁଳ କୁମାର ବେହେରା। ଗୁରୁତର ଆହତ ଯବାନ ହେଉଛନ୍ତି ସିପାହୀ ଗଙ୍ଗା ଶବର।ବୁଲି ଯାଇଥିବା ହାଇମାଷ୍ଟ୍‍ ଲାଇଟ୍‌କୁ ସଳଖ କରିବା ପାଇଁ ଦୁହେଁ ଧାତବ ଶିଡ଼ି ଲଗାଇ ଖୁଣ୍ଟ ଉପରେ ଚଢୁଥିବା ବେଳେ ଅଘଟଣ ଘଟିଥିଲା। ସେମାନଙ୍କ ଅଜାଣତରେ ଶିଡ଼ିଟି ଉପରେ ଟଣା ହୋଇଥିବା ୧୧ କେଭି ତାରରେ ଲାଗି ଯାଇଥିଲା।

ଚିକିତ୍ସା ନିମନ୍ତେ ଗଙ୍ଗାଙ୍କୁ ପ୍ରଥମେ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ସେଠାରୁ ଡାକ୍ତରମାନେ କୋରାପୁଟ ମେଡିକାଲ କଲେଜକୁ ରେଫର କରିଛନ୍ତି।

By amfnews

Related Post