120 Views
ଭୁବନେଶ୍ୱର, ଏପ୍ରିଲ୍ 24 : ଅପହୃତ ଯବାନ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ । ହତ୍ୟା ନେଇ ପୋଷ୍ଟର ଜାରି କରି ସ୍ପଷ୍ଟ କଲେ ମାଓବାଦୀ ।
ଛତିଶଗଡ ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କରାଯାଇଛି । ଅପହୃତ ଏସଆଇ ମୁରଲୀ ତାତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । କୁସୁମପାର ନିକଟରୁ ଏସଆଇଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପିଏଲଜିଏ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓବାଦୀଙ୍କ ପ୍ରେସ ବିଜ୍ଞପ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଛତିଶଗଡ଼ରୁ ଗତ 21 ତାରିଖରେ SI ମୁରଲୀ ତାତିଙ୍କୁ ଅପହରଣ କରିଥିଲେ ମାଓବାଦୀ । ମେଳା ଦେଖିବାକୁ ପଲନାର ଯାଇଥିବା ବେଳେ ଅପହରଣ କରିଥିଲେ । ଜଗଦଲପୁରରେ ଅବସ୍ଥାପିତ ଥିଲେ ଏସଆଇ ମୁଲରୀ ତାତି ।