Sun. Mar 8th, 2026

ବିଚ୍ଛିନ୍ନତାବାଦୀ ନେତାଙ୍କୁ ଟଙ୍କା ପଠାଉଥିଲା ପାକିସ୍ତାନ ହାଇକମିଶନ: ଏନଆଇଏ

452 Views

ନୂଆଦିଲ୍ଲୀ : ପାକିସ୍ତାନ ହାଇକମିଶନ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକଙ୍କୁ ଟଙ୍କା ପଠାଉଥିଲା। କଶ୍ମୀର ଉପତ୍ୟକାରେ ଅଶାନ୍ତି ଏବଂ ବିଦ୍ରୋହ ସୃଷ୍ଟି କରିବା ପାଇଁ ପାକିସ୍ତାନ ହାଇକମିଶନ ଏହି ଟଙ୍କା ୟାସିନ ମଲ୍ଲିକ ଓ ଅନ୍ୟାନ୍ୟ ନେତାଙ୍କୁ ଯୋଗାଉଥିଲା। ଗତକାଲି ଜାତୀୟ ତଦନ୍ତକାରୀ ଟିମ୍ (ଏନଆଇଏ) ଟେରର୍‌ ଫଣ୍ଡିଂ ମାମଲାରେ ଦିଲ୍ଲୀର ଏକ କୋର୍ଟରେ ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ କରିଛି। ଯେଉଁଥିରେ ପାକିସ୍ତାନ ହାଇକମିଶନ ହିଂସା ପାଇଁ ଆହ୍ୱାନ କରିଥିବା ଜଣାପଡ଼ିଛି।

ଏନଆଇଏ ଟେରର ଫଣ୍ଡି ମାମଲାରେ ଯେଉଁ ମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସେମାନେ ହେଲେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ, ଆସିୟା ଆନ୍ଦ୍ରବୀ ଏବଂ ମସରତ୍‌ ଆଲମ୍‌, ପୂର୍ବତନ ବିଧାୟକ ଶବୀର ଅହମଦ ଶାହ, ଅବଦୁଲ୍ ରଶିଦ୍ ସେଖ୍।

ପାକିସ୍ତାନ ହାଇକମିଶନ ଓ ଅନ୍ୟାନ୍ୟ ଦେଶରୁ ହାଓ୍ୱାଲା ଟ୍ରାଞ୍ଜାକସନ ଜରିଆରେ ଏହି ସବୁ ବିଛିନ୍ନତାବାଦୀ ନେତାଙ୍କୁ ଟଙ୍କା ଆସୁଥାଲା ବୋଲି ଜଣାପଡ଼ିଛି। ଏହି ସବୁ ଟଙ୍କା ଦେଣନେଣର ବାର୍ତ୍ତା ଇ-ମେଲ ଜରିଆରେ ହେଉଥିଲା। ଯାହାର ପ୍ରମାଣ ମଧ୍ୟ ଏନଆଇଏ ଚାର୍ଜସିଟ୍ ବେଳେ ଦାଖଲ କରିଛି। ଏହି ବ୍ୟକ୍ତିମାନେ ସୀମା ସେପାଖର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌ ଏବଂ ସୟଦ୍‌ ସଲ୍ଲାଉଦ୍ଦିନ୍‌ ସହ ସମ୍ପର୍କରେ ଥିଲେ ବୋଲି ମଧ୍ୟ ପ୍ରମାଣ ରହିଛି।

ଏନଆଇଏ ମୁଖପାତ୍ର ଆଲୋକ ମିତ୍ତଲ କହିଛନ୍ତି ଏହି ବିଚ୍ଛିନ୍ନତାବାଦୀ ନେତାଙ୍କ ପାଖରୁ ୪୦୦ଟି ଇଲେକ୍ଟ୍ରୋନିକ୍ସ ସରଞ୍ଜାମ, ୮୫ଟି ଅପରାଧ ଜନିତ କାଗଜପତ୍ର, ଶହେରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ସେ କହିଛନ୍ତି। ଅତିରିକ୍ତ ସେସନ୍‌ ବିଚାରପତି ରାକେଶ ସିଅଲ୍‌ ଏହି ମାମଲାକୁ ଅକ୍ଟୋବର ୨୩ ଯାଏ ସ୍ଥଗିତ ରଖିଛନ୍ତି। ଫଳରେ ୟାସିନ୍‌ ମାଲିକ୍‌ ସେହିଦିନ ଯାଏ ବିଚାର ବିଭାଗୀୟ ହାଜତରେ ରହିବ।

By amfnews

Related Post