Sun. Mar 8th, 2026

ବିଗୁଡ଼ିଛି ଆଇନଶୃଙ୍ଖଳା ସ୍ଥିତି: ଆଜି ଅନୁଗୁଳ ବନ୍ଦ

190 Views

ଅନୁଗୁଳ  :  ଅନୁଗୁଳରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି।  କେତେବେଳେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରୁ ମୃତକଙ୍କ ଆଖି ତାଡି  ନିଆଯାଉଛି, ତ  କେତେବେଳେ ନାବାଳିକା ଦୁଷ୍କର୍ମ ପରି ଲଜ୍ଜାଜନକ ଘଟଣା ଘଟୁଛି। ଏପରି ସ୍ପର୍ଶକାତର ଘଟଣା ଜିଲାରେ ବାରମ୍ବାର ଘଟି ଚାଲିଥିଲେ ବି ଅଭିଯୁକ୍ତଙ୍କ ଟେର ପାଉନି ପୁଲିସ।

ଅଭିଯୁକ୍ତ ବାହାରେ ବୁଲୁଥିବା ବେଳେ ନୀରବଦ୍ରଷ୍ଟା ସାଜିଛି ପୁଲିସ।  ଏଦିଗରେ କଡ଼ା  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ପ୍ରତିବାଦରେ  ବିଜେପି ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ଯୋଗୁଁ ସମସ୍ତ ଦୋକାନ, ବଜାର, ସରକାରୀ ବେସରକାରୀ ଅଫିସ, ସ୍କୁଲ, କଲେଜ ବନ୍ଦ ଥିବାବେଳେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

By amfnews

Related Post