Thu. Dec 26th, 2024

ବିକାଶ ନାଁରେ ସହରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତାରଣା: ମୁକ୍ତିକାନ୍ତଙ୍କୁ ଅସହଯୋଗ ନିନ୍ଦନୀୟ – ବିଜେଡି

rklsanchar@gmail.com' By J.N. Pradhan Jul 4, 2018 #Featured
176 Views

ରାଉରକେଲା, ୪/୭: ବିକାଶର ନାରାବାଜିରେ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ପ୍ରତାରଣା କରିଚାଲିଛନ୍ତି । ଏହି ପ୍ରତାରଣାରେ ପେଶି ହେଉଛନ୍ତି ରାଉରକେଲା ଜନସାଧାରଣ ବୋଲି ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।

ଗତ ୨୦୧୫ ଅପ୍ରେଲ ମାସରେ ରାଉରକେଲା ଗସ୍ତରେ ଆସି ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତିକୁ ସ୍ମରଣ କରାଇ ଦେବା ପାଇଁ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର-୨ ଖରିଆବାହାଲର ଯୁବକ ତଥା ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ୧୫ଶହ କିଲୋମିଟର ରାସ୍ତା ପଦଯାତ୍ରା କରି ଦିଲ୍ଲୀରେ ପହଞ୍ôଚବା ପରେ ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରାଇ ଦେବା ବଦଳରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜେଡି ନଗର ସଭାପତି ସୁଧୀର ସୁନ୍ଦରରାୟ ନିନ୍ଦନୀୟ ବୋଲି କହିଛନ୍ତି ।

ଦିଲ୍ଲୀରେ ମୁକ୍ତିକାନ୍ତଙ୍କ ଅଭିଯାନକୁ ସମର୍ଥନ ଜଣାଇ ରାଉରକେଲାର ସେକ୍ଟର-୨ ବିଜୁ ପଟ୍ଟନାୟକ ଠକଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଗତକାଲି ଠାରୁ ଅନଶନ ଆରମ୍ଭ କରିଥିବା ଯୁବ ସମାଜସେବୀ ଗୋପାଳ ଜେନାଙ୍କୁ ସାକ୍ଷାତ କରିବା ଅବସରରେ ଶ୍ରୀ ରାୟ କହିଛନ୍ତି ଯେ, ବିକାଶର ଡେଙ୍ଗୁରା ପିଟୁଥିବା କେନ୍ଦ୍ରର ମୋଦି ସରକାର ରାଉରକେଲା ବାସୀଙ୍କ ଆବେଗକୁ ଦୃଷ୍ଟିରେ ନ ରଖି କେବଳ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଜନସାଧାରଣଙ୍କୁ ଠକି ଚାଲିଛନ୍ତି । ଏକଥା ଜନସାଧାରଣ ବେଶ୍ ହୃଦୟଙ୍ଗମ କରିସାରିଲେଣି । ପ୍ରତ୍ୟେକ କ୍ଷେତ୍ରରେ ଓଡିଶାର ପଡୋଶୀ ରାଜ୍ୟଗୁଡିକୁ ପ୍ରାଧାନ୍ୟ ଦେଉଥିବା ବେଳେ ରାଜନୈତିକ ପକ୍ଷପାତିତାକୁ ଆପଣେଇ ରାଉରକେଲା ବାସୀଙ୍କୁ ନ୍ୟାର୍ଯ୍ୟ ଦାବିରୁ ବଞ୍ôଚତ କରିଛନ୍ତି ।

ଯଥାଶୀଘ୍ର ମାନବୀୟ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲାର ଯୁବକ ମୁକ୍ତିକାନ୍ତଙ୍କୁ ସାକ୍ଷାତ କରି ଆଇଜିଏଚ୍କୁ ମେଡିକାଲ କଲେଜ ଓ ସୁପଲ ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବା ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଦୃଢ ପଦକ୍ଷେପ ନେବା ନିମନ୍ତେ ଶ୍ରୀ ରାୟଙ୍କ ସମେତ ମିନତୀ ଦେବତା, ସଂଜୀବ ନାୟକ, ସତ୍ୟାନନ୍ଦ ବେହେରା, ପ୍ରହ୍ଲାଦ ନାୟକ, ବରଦା ପ୍ରସନ୍ନ ଦାସ, ବିକାଶ ଚୌଧୁରୀ, ନିରଞ୍ଜନ ଦାସ, ସତ୍ୟନାରାୟଣ ସାହୁ, ପ୍ରଦୀପ କମିଲା, ଲକ୍ଷ୍ମୀନାରାୟଣ ମହାନ୍ତ, ଶଙ୍କର ବିଶ୍ୱାଳ, ସୌଭାଗ୍ୟ ଦାସ, କୃଷ୍ଣ ମଣ୍ଡଳ, ରୋଜି ମହାରଣା, ରୋଜାଲିନ ଦାସ, କବିତା ବିନ୍ଧାଣୀ ପ୍ରମୁଖ ଦାବି କରିଛନ୍ତି ।

Related Post