Sat. Jan 18th, 2025

ବିଏସପି ସୁପ୍ରିମୋ ମାୟାବତୀଙ୍କ ଜନ୍ମଦିନରେ ନିର୍ଦ୍ଧାରଣ ହୋଇପାରେ ମହାମେଣ୍ଟ

By amfnews Dec 20, 2018 #Featured
232 Views

ନୂଆଦିଲ୍ଲୀ, ଡିସେମ୍ବର ୨୦ : ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଲୋକସଭା ନିର୍ବାଚନ ପୂର୍ବରୁ ନିଜର ଜନ୍ମଦିନକୁ ଭବ୍ୟ ଭାବରେ ପାଳନ କରିବାକୁ ଚାହୁଁଛନ୍ତି । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମାରୋହରେ ଅନେକ ଗୁଡ଼ିଏ ବିରୋଧୀ ଦଳ ମଧ୍ୟ ସାମିଲ ହୋଇ ପାରନ୍ତି । ଏବେ ରାଜନୈତିକ ବିଶେଷଜ୍ଞମାନେ ଅପେକ୍ଷା କରିଛନ୍ତି ଯେ, ମାୟାବତୀ ନିଜର ଜନ୍ମଦିନରେ ମହାମେଣ୍ଟ ଘୋଷଣା କରୁଛନ୍ତି କି ନାହିଁ । ମାତ୍ର ଏହା ମଧ୍ୟ ଦେଖିବାକୁ ହେବ ଯେ, ବିଶାଳ ସମାରୋହରେ କଂଗ୍ରେସ ଯୋଗ ଦେଉଛି ନାଁ ନାହିଁ ।

ମହାମେଣ୍ଟ ଘୋଷଣା କରିବା ପୂର୍ବରୁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିକୁ ୫ ରାଜ୍ୟର ଫଳାଫଳ ଅପକ୍ଷା ଥିଲା । ଏହି ଫଳାଫଳ ଆସିବା ପରେ ବିଏସପି ସୁପ୍ରିମୋ ମାୟାବତୀ ଏବଂ ସମାଜବାଦୀ ସୁପ୍ରିମୋ ଅଖିଳେଶ ସ୍ପଷ୍ଟ କରିଦେଇଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ଠାରୁ ଦୂରରେ ରହିବେ । କଂଗ୍ରେସ ବିରୋଧୀ ଏକତା ଏବଂ ନିଜର ବଳ ଦେଖାଇବା ପାଇଁ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିରୋଧୀଙ୍କୁ ଏକଜୁଟ କରିଥିଲା । ମାୟାବତୀ ଏବଂ ଅଖିଳେଶ ଯାଦବ କାର୍ଯ୍ୟକ୍ରମରେ ସାମିଲ ନଥିଲେ । ମମତା ବାନାର୍ଜୀ, ଏଚଡି ଦେବଗୌଡ଼ା, ଅଭୟ ଚୌଟାଲା ସମେତ ଅନେକ ନେତା ମଧ୍ୟ ସାମିଲ ନଥିଲେ । ଦେବଗୌଡ଼ା ଏବଂ ଚୌଟାଲା ପୂର୍ବରୁ ମାୟାବତୀଙ୍କ ସହିତ ଥିଲେ ।

ଅନ୍ୟପକ୍ଷରେ ବହୁଜନ ସମାଜ ପାର୍ଟି ସାଧାରଣ ସଂପାଦକ ସତୀଶ ଚନ୍ଦ୍ର ମିଶ୍ର କହିଛନ୍ତି, ଏବେ ବି ମହାମେଣ୍ଟ ନେଇ କୌରଣି ସ୍ପଷ୍ଟ ହୋଇ ନାହିଁ । ମାତ୍ର ଏହା ସତଯେ ମହାମେଣ୍ଟରେ ମାୟାବତୀ ଚାଳକ ଆସନରେ ରହିବେ । ଅଧିକ ଆସନ ମାୟାବତୀ ନିଜ ପାଖରେ ରଖିବେ ।

By amfnews

Related Post