Sat. May 17th, 2025

ବାହାବେଦିରେ ବସିଥାନ୍ତେ, ବନ୍ଧା ହେଲା କୋକେଇ

By amfnews Jul 11, 2019 #Featured
276 Views

କେନ୍ଦୁଝର : ନବବଧୂ ପରି ସଜେଇ ହୋଇ ଥିଲା ଘର। ବାଜାବାଣରେ ଦାଣ୍ଡ ଦୁଆର ଦୁଲୁକି ଉଠିଥାନ୍ତା । ଆଉ ସେ ରୋଷଣୀ ନେଇ ବିବାହ ବେଦୀକୁ ଯାଇଥାନ୍ତେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ଫୁଲ ସବାରିରେ ନୁହେଁ ବରଂ କୋକେଇରେ ହେଲା ତାଙ୍କ ଶେଷଯାତ୍ରା।
ବାହା ବେଦିରେ ବସିବା ପୂର୍ବରୁ ଚାଲିଗଲା ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗାଁରେ। ଗାଁର ଲୋକନାଥ ମହାନ୍ତଙ୍କର ଆଜି ଭୋରରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ଆଜି ତାଙ୍କର ବିବାହ ଥିଲା। ଗତକାଲି ରାତିରେ ଲୋକନାଥ ବନ୍ଧୁ ବାନ୍ଧବଙ୍କ ସହ ମିଶି ଖାଇସାରି ଶୋଇଥିଲେ।
ହେଲେ ଭୋରୁ ଉଠି ଟେଣ୍ଟର ଲାଇଟ୍‌ ବନ୍ଦ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ  ପରିବାରରେ ଶୋକର ଛାୟା ଖେଳି ଯାଇଛି।

By amfnews

Related Post