Tue. Jun 10th, 2025

ବାହାଘର କାର୍ଡରେ ‘ମୋଦିଙ୍କୁ ଭୋଟ୍‌ ଦିଅ’ ଛାପିଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିସନ୍‌ଙ୍କ ନୋଟିସ୍‌

By amfnews Mar 17, 2019 #Featured
325 Views

ଡେରାଡୁନ୍‌: ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦିଅନ୍ତୁ ବୋଲି ପୁଅ ବାହାଘର କାର୍ଡରେ ବାର୍ତ୍ତା ଛାପି ଅତିଥିମାନଙ୍କୁ ନିବେଦନ କରିଥିବା ବ୍ୟକ୍ତିଙ୍କୁ ଶନିବାର ଦିନ ନିର୍ବାଚନ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି।

ଜିଲ୍ଲାର ଗରୁଡ଼ ବ୍ଲକ୍‌ ଅନ୍ତର୍ଗତ ଯୋଶୀଖୋଲ ଗାଁରେ ଗୋଶାଳା ଚଳାଉଥିବା ଜଗଦୀଶ ଚନ୍ଦ୍ର ନାମକ ସେ ବ୍ୟକ୍ତି ତାଙ୍କୁ ପୁଅ ଜୀବନଙ୍କ ବାହାଘର ନିମନ୍ତ୍ରଣ କାର୍ଡରେ ଛାପିଥିଲେ: ଉପଢୌକନ ଆଣିବେନି କିନ୍ତୁ, ପୁଅବୋହୂଙ୍କୁ ଆଶୀର୍ବାଦ ଦେବା ପୂର୍ବରୁ ଏପ୍ରିଲ୍‌ ୧୧ ତାରିଖ ଦିନ ଦେଶର ହିତ ଲାଗି ମୋଦିଙ୍କୁ ନିଶ୍ଚୟ ଭୋଟ୍‌ ଦେବେ।

ଯୋଶୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ସହକାରୀ ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ (ବାଗଶ୍ୱେର ଏଆର୍‌ଓ) ତାଙ୍କୁ ନୋଟିସ୍‌ ଦେଇଛନ୍ତି।

ଜିଲ୍ଲା ନିର୍ବାଚନ ଅଧିକାରୀ ରଞ୍ଜନା କହିଛନ୍ତି: ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଆର୍‌ଓଙ୍କ ଜରିଆରେ ନୋଟିସ୍‌ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ କୁହାଯାଇଛି।

ଯୋଶୀ କ୍ଷମାଯାଚନା କରି କହିଛନ୍ତି: ପିଲାମାନେ ମତେ ନିମନ୍ତ୍ରଣ କାର୍ଡରେ ଛାପିବା ଲାଗି ପାଠ ଦେଇଥିଲେ। ମୁଁ ନିର୍ବାଚନ କମିସନ୍‌ଙ୍କଠାରେ ମୁଁ କ୍ଷମାପ୍ରାର୍ଥୀ। ଆମେ ସରଳିଆ ଲୋକ ଏବଂ କୌଣସି ରାଜନୈତିକ ଦଳ ପ୍ରକି ଆନୁଗତ୍ୟ ନାହିଁ।

By amfnews

Related Post