Sat. Mar 7th, 2026

ବାଲେଶ୍ୱର ସହରର ୩ ୱାର୍ଡ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

206 Views

ବାଲେଶ୍ୱର  : ବାଲେଶ୍ୱର ସହରରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। ସହରର ୩ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ସହରର ୨୭ ନଂ ୱାର୍ଡକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିବାବେଳେ ୨୮ ଓ ୨୯ ନମ୍ବର ୱାର୍ଡର ଆଂଶିକ ଅଞ୍ଚଳ ସିଲ୍ କରାଯାଇଛି। ଏହାସହ ସଂପୃକ୍ତ ୩ଟି ୱାର୍ଡର ୯ଟି ପ୍ରବେଶପଥକୁ ବନ୍ଦ କରି ଦିଆଯାଇଛି। ସଂପୃକ୍ତ କଣ୍ଟେନମେଣ୍ଟ ଅଞ୍ଚଳରୁ ୫ ଶହ ପରିବାରର ସ୍ୱାବ୍ ସଂଗ୍ରହ କରାଯିବ ବୋଲି ପ୍ରଶାସନ କହିଛି।

ତେବେ ଘରୁ କୌଣସି ବ୍ୟକ୍ତି ନ ବାହାରିବାକୁ ମାଇକ୍ ଯୋଗେ ପ୍ରଚାର କରାଯାଉଛି। ସଂକ୍ରମଣ ଆଶଙ୍କାରେ ସଂପୃକ୍ତ ଅଞ୍ଚଳକୁ ପ୍ରବେଶ ନିଷେଧ କରିଛି ପ୍ରଶାସନ।

ସୂଚନାଯୋଗ୍ୟ,  ଗତକାଲି ବାଲେଶ୍ୱର ଜିଲ୍ଲାରେ  ପ୍ରଥମ  କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏହି ୬୧ ନମ୍ବର ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ଜଣେ ୫୮ ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ହୋଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ନମୂନା ସଂଗ୍ରହ ହେବ ବୋଲି  ବାଲେଶ୍ୱର  ଜିଲ୍ଲାପାଳ କହିଛନ୍ତି।

ସବୁଠୁ ଆଶ୍ୱସ୍ତିକର ଖବର ହେଉଛି, ରାଜ୍ୟରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତମାନେ କ୍ରମଶଃ  ସୁସ୍ଥ ହେବାରେ ଲାଗିଛନ୍ତି ।ଗତକାଲି ଭୁବନେଶ୍ୱରର ଆଉ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଥିବା ବେଳେ, ସେମାନଙ୍କ ମଧ୍ୟରୁ ମୋଟ ୨୪ ଜଣ ସୁସ୍ଥ ହୋଇଛନ୍ତି। ୩୬ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଜଣଙ୍କ ମୃତ୍ୟୁ ଘଟିଛି।

By amfnews

Related Post