Sun. Mar 8th, 2026

ବାଲି ତଳୁ ମିଳିଲା କଟା ମୁଣ୍ଡ, କଟୁରୀ ଜବତ Edited By OdishaReporter Bureau | By N R On Nov 14, 2019

216 Views

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆସାହି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରଯାଇଥିଲା। ତାଙ୍କ ନାଁ ଦସୁ ମଲ୍ଲିକ।  ମୃତକଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଦିଆଯାଇଥିବା ବେଳେ ଖୋଳତାଡ଼ ପରେ ପୁଲିସ୍‌ ତାଙ୍କ କଟା ମୁଣ୍ଡ ଜବତ କରିଛି।

ଗତକାଲି ଦସୁଙ୍କର ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ଗତକାଲି ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା।  ଏହାପରେ  ବିଭିନ୍ନ ଅଞ୍ଚଳରେ ଖୋଳତାଡ଼ କରିବା ପରେ ସ୍ଥାନୀୟ ମେରମା ସୌରା ସାହି ଗାଁ ନିକଟରୁ କଟା ମୁଣ୍ଡ ଉଦ୍ଧାର କରିଛି। ଗାଁ ପାଖରେ ଥିବା ଏକ ନାଳ ନିକଟ ବାଲି ତଳୁ ଏହି କଟା ମୁଣ୍ଡ ଜବତ ହୋଇଛି। ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ମଧ୍ୟ ଜବତ ହୋଇଛି।

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳବାସୀଙ୍କ ଦେହ ଖରାପ ହେଲେ ସେମାନେ ଦସୁଙ୍କଠାରୁ ଚେରମୂଳି ଔଷଧ ନେଉଥିଲେ। ତେବେ ସେ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ପୂର୍ବରୁ ତାଙ୍କର ବେଣୀପଦର ଗାଁର କିଛି ଲୋକଙ୍କ ସହ ଶତ୍ରୁତା ଥିଲା। ଏନେଇ ପୂର୍ବରୁ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା।

ମଙ୍ଗଳବାର ଦସୁ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ପାଖ ଗାଁର କିଛି ଲୋକ  ସେଠାରେ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ କଟୁରୀ ସାହାଯ୍ୟରେ ସେମାନେ ଦସୁଙ୍କ ମୁଣ୍ଡକୁ ଅଲଗା କରି ଦେଇଥିବା ତାଙ୍କ ପୁଅ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପରିବାର ଲୋକେ ସନ୍ଧ୍ୟାରେ ଖୋଜାଖୋଜି କରିବାପରେ ଭାଲିଆସାହି ଗାଁ ପାଖ ଜଙ୍ଗଲରୁ ଏକ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ପାଇଥିଲେ।

By amfnews

Related Post