Sat. Mar 7th, 2026

ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲିଲା।

342 Views

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଜଳ ଭଣ୍ଡାରର ସ୍ପଲୱେ ଠାରେ ଆସନ୍ତାକାଲି ସକାଳ ୧୦ଟାରେ ଦୁଇଟି ଗେଟ ଖୋଲିବ। ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାର  ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ  କରାଯାଇଛି। ଗେଟ୍ ଖୋଲିବା ଦ୍ୱାରା ୨୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ। ଜନସାଧାରଣ ଏନେଇ କୌଣସି ପ୍ରକାର ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ନଦୀରେ ଜଳସ୍ତର ବଢ଼ିବାର ଆଶଙ୍କା ଥିବାରୁ ଦୋରାଗୁଡ଼ା, ଗୁଣ୍ଠାୱାଡା ଏବଂ ନୁଆଗୁଡ଼ା ପଞ୍ଚାୟତବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବାଲିମେଳା ଜଳଭଣ୍ଡାରର ଏଫ.ଆର.ଏଲ୍. (ଫୁଲ ରିଜର୍ଭଏର ଲେବେଲ୍) ୧୫୧୬ ଫୁଟ ଥିବା ବେଳେ ଏବେ ଜଳସ୍ତର ୧୫୧୧ଫୁଟ ରହିଛି। ମତ୍ସ୍ୟଜୀବୀମାନଙ୍କୁ ନଦୀ କିମ୍ବା ଡ୍ୟାମକୁ ଯିବା ଲାଗି ବାରଣ କରାଯାଇଛି।

Related Post