Sun. Mar 8th, 2026

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ୩ ମାଓବାଦୀ ସମେତ ୪ ମୃତ।

212 Views

ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଜଳଭଣ୍ଡାରରେ ଦେଶୀ ଡ଼ଙ୍ଗା ବୁଡ଼ି ୩ ମାଓବାଦୀଙ୍କ ସମେତ ୪ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।
ଶନିବାର ଦିନ ଚିତ୍ରକୋଣ୍ଡା ସ୍ଥିତ ବାଲିମେଳା ଜଳଭଣ୍ଡାରରେ ଦେଶୀ ଡ଼ଙ୍ଗାରେ ୩ଜଣ ମାଓବାଦୀ ଓ ଅନ୍ୟ ଜଣେ ବ୍ୟକ୍ତି ଗଭୀର ପାଣିରେ ଯାଉଥିବା ବେଳେ ରାଲେଗଡ଼ା ପଞ୍ଚାୟତ ଅନ୍ତର୍ଗତ ଧୂଳିପୁଟ ଠାରେ ଡ଼ଙ୍ଗାଟି ପବନ ର ବେଗରେ ଭାରସାମ୍ୟ ହରାଇ ପାଣିରେ ବୁଡ଼ିଯାଇଥିଲା। ଫଳରେ ଡଙ୍ଗାରେ  ବସିଥିବା ୪ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
ମୃତକଙ୍କ ମଧ୍ୟରୁ ୩ଜଣ ମାଓବାଦୀ ଓ ଜଣେ ଧୂଳିପୁଟ ଗ୍ରାମର ସାଧାରଣ ଗ୍ରାମବାସୀ ବୋଲି ଖବର ମିଳିଛି। କିନ୍ତୁ ଘଟଣା ସମ୍ପର୍କରେ ଏସପି ଜଗମୋହନ ମୀନାଙ୍କୁ ପଚାରିବାରୁ ଏନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳି ପାରିନାହିଁ।ତେବେ ପୁଲିସ ତରଫରୁ ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି।

By amfnews

Related Post