Sun. Nov 24th, 2024

ବାର୍ଷିକ କ୍ରୀଡା ଉତ୍ସବରେ କମ୍ପ୍ୟୁଟର କକ୍ଷ ଉଦ୍ଘାଟିତ

By amfnews Jan 7, 2019 #Featured
109 Views

ରାଉରକେଲା, ୭ା୧ : ସେକ୍ଟର-୬ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାନଗରୀ ପରିସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାମଲଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ରା ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ରଥ, ବ୍ୟାଙ୍କ ଶାଖା ମହାପ୍ରବନ୍ଧକ ଆଶିଷ କୁମାର ଦାସ, ପିନାକୀ ଦେ, ସରୋଜ କୁମାର ସାହୁ, ବିଦ୍ୟାଳୟ ପରିଚାଳନା ସମିତିର ହୃଷିକେଶ ସାହୁ, ସମାଜସେବୀ ଅମରନାଥ ଜେନା, ହରିହର ଦାଶ ଓ ତନୁଶ୍ରୀ ପାଣି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତଥା ଆର୍ପିଏଲ୍ କ୍ଲଷ୍ଟର ସିଆର୍ସିସି ଭାସ୍କର ନନ୍ଦ ମଞ୍ଚ ସଞ୍ଚାଳନ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିବାଳା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ବେହେରା ବିଦ୍ୟାଳୟର ପରିବେଶ ଓ ପରିଷ୍କାର ପରିଚ୍ଛନ୍ନତା ଦେଖିବା ସହ ସମାଜସେବୀ ଶ୍ରୀଧର ସାମଲଙ୍କ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ରଥ ଉଜ୍ଜୀବନ ବ୍ୟାଙ୍କର ଏଭଳି କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେବା ସହ କର୍ମକର୍ତ୍ତାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ ।

ଉଜ୍ଜୀବନ ବ୍ୟାଙ୍କ ମହାପ୍ରବନ୍ଧକ ଆଶିଷ କୁମାର ଦାସ ଓ ପିନାକୀ ଦେ ପିଲାମାନଙ୍କ ନୃତ୍ୟ ପରିବେଷଣ ଦେଖି ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଦ୍ୟାଳୟର ସର୍ବଶ୍ରେଷ୍ଠ ଛାତ୍ରୀ କାଜଲ ସାହୁ, ନିଶିକାନ୍ତ ରାଉତ, ଚାନ୍ଦିନୀ ରାଜପୁତ, କବୀର ସାହୁ, ରାକେଶ ସାହୁ, ସବିତା ଯାଦବ, ସୋମଦେବ ମହାରଣାଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କୁ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶକୁନ୍ତଳା ପଲାଇ, ସୁଷମା ପଣ୍ଡା, ରଶ୍ମିବାଳା ମହାପାତ୍ର, ସ୍ୱେଚ୍ଛାସେବୀ କିରଣବାଳା ସାହୁ ପ୍ରଭୃତି ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାମଲ ଧନ୍ୟବାଦ ଦେଇଥିଲେ ।

By amfnews

Related Post