Sun. Apr 27th, 2025

ବାରବାଟୀ ଦିନିକିଆ ଆଉ ୧୦ ଦିନ: ଖେଳାଳିଙ୍କ ପାଇଁ ଉଷୁନା ଭାତ, ଚିକେନ୍, ଦିୱାନି ଦମ୍‌ କି ହାଣ୍ଡି

By amfnews Dec 11, 2019 #Featured
178 Views

କଟକ: ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଦଳର ଖାଦ୍ୟ ତାଲିକା ଓସିଏ ନିକଟରେ ପହଞ୍ଚିସାରିଛି। ସେହି ଅନୁସାରେ ହୋଟେଲକୁ ରୋଷେଇ କରିବା ପାଇଁ ତାଲିକା ହସ୍ତାନ୍ତର କରାଯାଇଛି। ତେବେ ଉଭୟ ଦଳ କମ୍‌ ଚର୍ବିଯୁକ୍ତ ଖାଦ୍ୟକୁ ଅଧିକ ପସନ୍ଦ କରିଛନ୍ତି। ଭାରତୀୟ ଖେଳାଳିଙ୍କ ପାଇଁ ବ୍ରେକ୍‌ଫାଷ୍ଟରେ ଟୋଷ୍ଟେଡ୍‌ ବ୍ରେଡ, ଡ୍ରାଏ ଫ୍ରୁଟ୍ସ, କଟ୍‌ ଫ୍ରୁଟ୍ସ, କ୍ଷୀର, ଦହି, ଜୁସ୍‌, ପଇଡ଼ ପାଣି, ସୁଗାର ଫ୍ରି ଜାମ୍‌, ଇଡ୍‌ଲି, ଦୋସା, ସମ୍ବର, ଚଟଣି, ଚା’, କଫି, ଅମ୍‌ଲେଟ ପ୍ରସ୍ତୁତ ରହିବ।

ସେହିପରି ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ନାଲି ଉଷୁନା ଭାତ, ରୁଟି ସହ ଗ୍ରୀନ୍‌ ସାଲାଡ, ସିଝା ଅଣ୍ଡା, ଗ୍ରୀଲ୍‌ଡ ଚିକେନ, ପନିର ଲବାବଦାର, ଚିକେନ ତରକାରି, ଗ୍ରୀଲ୍‌ଡ ମାଛ, ଡାଲି, ତଡକା, ଦିୱାନି ଦମ୍‌ କି ହାଣ୍ଡି, ସମ୍ବର, ପାମ୍ପଡ, ଆମ୍ବ ଆଚାର, ଦହି, ଆଭୋକାଡୋ ରାଇତା ଖାଇବା ପାଇଁ ତାଲିକା ଆସିଛି।

ୱେଷ୍ଟଇଣ୍ଡିଜ୍‌ ଦଳ ପାଇଁ ଅଭ୍ୟାସ ପୂର୍ବରୁ ପାଉଁରୁଟି, ରୋଲ, ବଟର, ପନିର, ସିଝା ଅଣ୍ଡା, ସାଲାଡ, ରୋଷ୍ଟେଡ୍‌ ଚିକେନ, ବିଫ୍‌, କମ୍‌ ଚର୍ବିଯୁକ୍ତ କ୍ଷୀର, ମହୁ, ଓଟ୍ସ, ବିଭିନ୍ନ ଫଳ, ଫଳ ରସ, ଚା’, କଫି ଇତ୍ୟାଦି ରହିବ। ଅଭ୍ୟାସ ପରେ ସେମାନେ ସୁଇଟ୍‌ କର୍ଣ୍ଣ ସୁପ, ନାଲି ଉଷୁନା ଭାତ, ବାସୁମତି ଭାତ, ପାସ୍ତା ସହ ଗ୍ରିଲ୍‌ଡ ଚିକେନ, ରୋଷ୍ଟେଡ ଚିକେନ, ‌ବ୍ରକୋଲି, ଗାଜର, କୋବି, ଭେଣ୍ଡିରେ ପ୍ରସ୍ତୁତ ସାଧା ତରକାରି, ସାଲାଡ ନେବେ। ମ୍ୟାଚ୍‌ ଦିନ ମଧ୍ୟାହ୍ନ ଭୋଜନରେ ପାସ୍ତା, ନୁଡୁଲ୍ସ, ଚିକେନ, ମଟନ, ବିଫ, ମାଛ, ସ୍ରିମ୍ପ, ସାଧା ଓ ଆମିଷ ସାଣ୍ଡୱିଚ୍, ଫଳ, ଚକୋଲେଟ୍‌ ଗାଜର କେକ୍‌ ଇତ୍ୟାଦି ରହିବ। ମ୍ୟାଚ୍‌ ପରେ ଖେଳାଳିମାନେ ଭାତ, ଚିକେନ ତରକାରି, ସାଧା ଭଜା ଖାଇବା ପାଇଁ ତାଲିକା ଆସିଛି।

By amfnews

Related Post