Sat. Mar 7th, 2026

ବାରବାଟୀକୁ ମିଳିବ ଆନ୍ତର୍ଜାତିକ ଦିନିକିଆ

294 Views

କଟକ: ବାରବାଟୀ ଷ୍ଟାଡିୟମରେ ଚଳିତ ବର୍ଷ ଶେଷ ଆଡ଼କୁ କିମ୍ବା ୨୦୧୯ ପ୍ରଥମ ଦୁଇମାସ ଭିତରେ ଏକ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଯଦିଓ ଏଥିପାଇଁ କୌଣସି ସୂଚୀ ପ୍ରସ୍ତୁତ କରାଯାଇନାହିଁ, ତଥାପି ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ରହିବାକୁ ବିସିସିଆଇ ଫୋନ୍‌ ମାଧ୍ୟମରେ ଓସିଏକୁ ଜଣାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବରରୁ ନଭେମ୍ବର ମଧ୍ୟରେ େଓ୍ଵଷ୍ଟଇଣ୍ଡିଜ୍‌ ୨ ଟେଷ୍ଟ, ୫ ଦିନିକିଆ ଓ ୩ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ଭାରତ ଆସୁଛି। ସେହିପରି ୨୦୧୯ ଫେବ୍ରୁଆରିରେ ଅଷ୍ଟ୍ରେଲିଆ ୫ ଦିନିକିଆ ଓ ୨ ଟେ୍ଵଣ୍ଟି ମ୍ୟାଚ୍‌ ଖେଳିବ।

ଏହି ଦୁଇଟି ଦଳର ଗସ୍ତ ବେଳେ କୌଣସି ଗୋଟିଏ ଦିନିକିଆ ମ୍ୟାଚ୍‌ ଆୟୋଜନ ଅଧିକାର ଓସିଏକୁ ମିଳିବ ବୋଲି ବିସିସିଆଇର ଏକ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। େଓ୍ଵଷ୍ଟଇଣ୍ଡିଜ୍‌ ବାରବାଟୀରେ ତିନିଟି ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ ଭାରତ ବିଜୟୀ ହୋଇଥିଲା। ହେଲେ ଅଷ୍ଟ୍ରେଲିଆ ଜିମ୍ବାେଓ୍ଵ ବିପକ୍ଷରେ ଗୋଟିଏ ମ୍ୟାଚ୍‌ ଖେଳି ଜିତିଥିଲେ ବି ୧୯୯୬ ଓ ୨୦୧୩ରେ ଭାରତ ବିପକ୍ଷ ଦୁଇଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଯେକୌଣସି ମ୍ୟାଚ୍‌ ହେଲେ ବି ତାହାକୁ ଆୟୋଜନ ପାଇଁ ଓସିଏ ସବୁବେଳେ ପ୍ରସ୍ତୁତ ବୋଲି ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି।

By amfnews

Related Post