Sat. Jan 18th, 2025

ବାବା ରାମ ରହିମ ବିରୋଧରେ ଶୁଣାଣୀ ଆଜି, ପଂଜାବ-ହରିୟାଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

By amfnews Jan 11, 2019 #Featured
183 Views

ଚଣ୍ଡୀଗଡ଼, ଜାନୁଆରୀ ୧୧ : ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ପଂଚକୁଲା ଅଦାଲତ ଡେରା ସଚ୍ଚା ସୌଦା ପ୍ରମୁଖ ଗରୁମିତ ରାମ ରହିମ ବିରୋଧରେ ଶୁକ୍ରବାର ଶୁଣାଣୀ କରିପାରନ୍ତି । କୋର୍ଟରେ ଶୁକ୍ରବାର ଶୁଣାଣୀ ହେବା ପୂର୍ବରୁ ହରିୟାଣା ଓ ପଂଜାବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି । ବନ୍ଦୀ ଜୀବନ କଟାଉଥିବା ବାବା ରାମ ରହିମ ଏହି ମାମଲାର ଅଭିଯୁକ୍ତ ବୋଲି କୁହାଯାଉଛି ।

ହରିୟାଣାରେ ତଥା ବିଶେଷ ଭାବରେ ପଂଚକୁଲା, ସିରସା (ଡେରା ମୁଖ୍ୟ କାର୍ଯ୍ୟାଳୟ) ଏବଂ ରୋହତକ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରି ଦିଆଯାଇଛି । ରାଜ୍ୟ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦଙ୍ଗା ବିରୋଧୀ ପୋଲିସ ଏବଂ କମାଣ୍ଡୋ ବଳ ମୁତୟନ କରାଯାଇଛି ।

View image on TwitterView image on Twitter
ହରିୟାଣାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଲ ଆଣ୍ଡ ଅର୍ଡର) ମହମ୍ମଦ ଅକୀଲ କହିଛନ୍ତି, ହରିୟାଣାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଛି । ସମସ୍ତ ଜିଲ୍ଲାରେ ପୋଲିସ ଘରୁ ବାହାରକୁ ଯାଉଥିବା ଲୋକଙ୍କୁ ପଚରାଉଚରା କରୁଛି । ଡେରା ସଚ୍ଚା ସୌଦାର ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି । ୨୦୧୭ ଅଗଷ୍ଟରେ ରାମ ରହିମକୁ ସଜା ଶୁଣାଇବା ସମୟରେ ହରିୟାଣାର ସିରସା ଏବଂ ପଂଚକୁଲା ଠାରେ ହିଂସା ଦେଖାଯାଇଥିଲା, ଯେଉଁଥିରେ ୪୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା  । ଏପରିକି ଅନେକ ଲୋକ ଆହତ ହୋଇଥିଲେ । ସୂଚନାଯୋଗ୍ୟ ରାମ ରହିମ ଦୁଷ୍କର୍ମ ମାମଲାରେ ଏବେ ଜେଲରେ ଅଛନ୍ତି ।

By amfnews

Related Post