Sun. Mar 8th, 2026
250 Views

ମୁମ୍ବାଇ : ଜଣାଶୁଣା କମେଡ଼ିଆନ୍‌ କପିଲ ଶର୍ମା ଆଜିକାଲି ନିଜର କମେଡ଼ି ସୋ’ ଦି କପିଲ ଶର୍ମା ସୋ’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ସୋ’ର ଟି ଆରପି ବି ଭଲ ରହିଛି। କପିଲ ଶର୍ମା ନିଜର କ୍ୟାରିଅର୍‌କୁ ସଜାଡୁଥିବା ବେଳେ ବ୍ୟକ୍ତିଗତ ଜୀବନରେ ମଧ୍ୟ ତାଙ୍କର ପରିବର୍ତ୍ତନ ଘଟୁଥିବା କୁହାଯାଉଛି। ଶୁଣିବାକୁ ମିଳୁଛି ଯେ କପିଲ ଶର୍ମା ଖୁବ୍‌ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ଅର୍ଥାତ୍‌ କପିଲ ଶର୍ମାଙ୍କ ପତ୍ନୀ ଗିନ୍ନୀ ଚତରଥ୍‌ ଏବେ ଗର୍ଭବତୀ ଅଛନ୍ତି। ତେବେ ଏ ସଂପର୍କରେ କପିଲ ଶର୍ମା ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ କପିଲ ଶର୍ମା ତାଙ୍କର ଗାର୍ଲଫ୍ରେଣ୍ଡ ଗିନ୍ନ ଚତରଥ୍‌ଙ୍କୁ୨୦୧୮ ଡିସେମ୍ବର ୧୨ ତାରିଖରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କେତେକ ବଲିଉଡ୍‌ ସେଲିବ୍ରିଟି ଯୋଗ ଦେଇଥିଲେ। କପିଲଙ୍କୁ ଓ୍ଵାର୍ଲଡ ବୁକ୍‌ ରେକର୍ଡସ ଜଣେ ଲୋକପ୍ରିୟ କମେଡିଆନ୍‌ ଭାବେ ମନୋନୀତ କରିଛି।

By amfnews

Related Post