Sat. Mar 7th, 2026

ବାପା ମୁଲାୟମ୍‌ଙ୍କ ଆଜମଗଡ଼ ଆସନରୁ ଲଢ଼ିବେ ଅଖିଳେଶ ଯାଦବ

282 Views

ଲକ୍ଷ୍ନୌ: ଏପ୍ରିଲ୍‌-ମେ ମାସରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜମଗଡ଼ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସମ୍ପ୍ରତି ଆଜମଗଡ଼ର ସାଂସଦ ଅଛନ୍ତି ଅଖିଳେଶଙ୍କ ବାପା ମୁଲାୟମ୍‌ ସିଂହ ଯାଦବ।

ରବିବାର ଦିନ ଦଳ ତା’ର ଟୁଇଟର୍‌ ହ୍ୟାଣ୍ଡେଲ୍‌ରେ ପ୍ରକାଶ କରିଥିବା ଦୁଇଜଣିଆ ପ୍ରାର୍ଥୀ ତାଲିକାରେ ଏ କଥା ଜଣାପଡ଼ିଛି। ରାମପୁର ଆସନରୁ ଦଳ ଆଜମ୍‌ ଖାଁଙ୍କୁ ପ୍ରାର୍ଥୀ କରାଇଥିବା କଥା ଟୁଇଟର୍‌ରେ ଉଲ୍ଲେଖ ରହିଛି।

ମୁଲାୟମ୍‌ ସିଂହ ଯାଦବ ଆଉ ତାଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ହେଉଥିବା କଳ୍ପନାଜଳ୍ପନାର ଏବେ ପରିସମାପ୍ତି ହୋଇଛି। ଆସନ୍ତା ନିର୍ବାଚନ ଲାଗି ଅଖିଳେଶ କନ୍ନୌଜରୁ ଲଢ଼ିବେ ବୋଲି ଯାହା ଆଶା କରାଯାଉଥିଲା ତା’ର ମଧ୍ୟ ଅବସାନ ଘଟିଛି। ଏବେ କନ୍ନୌଜର ସାଂସଦ ଅଛନ୍ତି ଅଖିଳେଶଙ୍କ ପତ୍ନୀ ଡିମ୍ପଲ୍‌। ମାର୍ଚ ୮ ତାରିଖରେ ପ୍ରକାଶିତ ପ୍ରାର୍ଥୀ ତାଲିକାରେ ଦଳ ଡିମ୍ପଲ୍‌ଙ୍କ ନାମ ମଧ୍ୟ ରଖିଛି।

ଅଖିଳେଶ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଆଜମଗଡ଼ ଆସନରୁ ସମାଜବାଦୀ ପାର୍ଟି ସହଜରେ ନିର୍ବାଚନ ଜିଣିପାରେ।

By amfnews

Related Post