Sat. Apr 19th, 2025

ବାପା ଧର୍ମେନ୍ଦ୍ରଙ୍କ ପରି ସନ୍ନି ଦେଓଲ୍‌ ଏହି ଭୁଲ୍‌ କରିବାକୁ ଚାହୁଁ ନଥିଲେ

By amfnews Oct 18, 2018
166 Views

ମୁମ୍ବାଇ: ବଲିଉଡର ଆକ୍ସନ୍‌ ହିରୋ ସନ୍ନି ଦେଓଲଙ୍କର ଆଜି ହେଉଛି ଜନ୍ମଦିନ। ତାଙ୍କ କ୍ୟାରିଅରର ସବୁଠାରୁ ବଡ଼ ବ୍ଲକବଷ୍ଟର ମୁଭି ହେଲା ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ‘ଗଦ୍ଦର ଏକ ପ୍ରେମ କଥା’ । ଏଥିରେ ସନ୍ନି ଦେଓଲ ,ଅମିଷା ପଟେଲ୍‌ ଓ ଅମ୍ରିଶ ପୁରୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର
ପ୍ରଥମ ଫିଲ୍ମ ହେଲା ‘ବେତାବ୍‌’। ‘ବେତାବ୍‌’ରେ ଅମ୍ରିତା ସିଂହ ସନ୍ନି ଦେଓଲଙ୍କର ନାୟିକା ଭୂମିକା ନିଭାଇଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଅମ୍ରିତା ସିଂହ ସନ୍ନି ଦେଓଲଙ୍କ ପ୍ରେମ କାହାଣୀ ଖୁବ୍‌ ଚର୍ଚ୍ଚିତ ହୋଇଥିଲା।

ଅମ୍ରିତା ସିଂହ ଚାହୁଁଥିଲେ କି ସନ୍ନି ଦେଓଲ ସମସ୍ତଙ୍କ ଆଗରେ ସେମାନଙ୍କ ଭିତରେ ଥିବା ପ୍ରେମ ସଂପର୍କ କଥା ଘରେ କୁହନ୍ତୁ। କିନ୍ତୁ ସନ୍ନି ଦେଓଲ୍‌ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ସେ ଅମ୍ରିତା ସିଂହଙ୍କ ସହିତ ଥିବା ପ୍ରେମ ସଂପର୍କକୁ ଲୁଚାଇ ରଖିଥିଲେ। ସନ୍ନି ଦେଓଲ୍‌ ସେହି ସମୟରେ ମଝିରେ ମଝିରେ ଲଣ୍ଡନ ଯାଉଥିଲେ। ଅମ୍ରିତା ଜାଣିବାକୁ ଚାହୁଁଥିଲେ ଯେ ସନ୍ନି କାହିଁକି ବାରମ୍ବାର ଲଣ୍ଡନ ଯାଉଛନ୍ତି?ସନ୍ନି ସଫେଇ ଦେଇ କହୁଥିଲେ ଯେ ନିଜର ପାରିବାରିକ ବ୍ୟବସାୟ କାମରେ ଲଣ୍ଡନ ଯିବାକୁ ପଡ଼ୁଛି।


ଅମ୍ରିତାଙ୍କ ସହ ପୁଅର ଆଫେଆର କଥା ଶୁଣିବା ପରେ ସନ୍ନିଙ୍କ ମାଆ ପ୍ରକାଶ କୌର କାହାରିକୁ ନ ଜଣାଇ ଲଣ୍ଡନରେ ହିଁ ସନ୍ନି ଦେଓଲଙ୍କର ନିଜ ମନପସନ୍ଦ ଯୁବତୀ ପୂଜାଙ୍କସହ ବାହାଘର କରାଇଥିଲେ। ବାପା ଧର୍ମେନ୍ଦ୍ରଙ୍କ ପରି ସନ୍ନି ଭୁଲ୍‌ କରିବାକୁ ଚାହୁଁ ନଥିଲେ। ସେ ଦୁଇଟି ବିବାହ କରିବାକୁ ଚାହୁଁ ନଥିଲେ । ଏଣୁ ବିବାହପରେ ଅମ୍ରିତାଙ୍କଠାରୁ ଦୂରେଇ ଯାଇଥିଲେ।

By amfnews

Related Post