Wed. Nov 27th, 2024

ବାଥ୍‌ରୁମ୍‌ରୁ ପ୍ରଫେସର,ବେଡରୁମରୁ ପତ୍ନୀଙ୍କ ମୃତଦେହ ମିଳିବା ଘଟଣା: ଆସିଲା ସୁଇସାଇଡ୍‌ ନୋଟ୍

By amfnews Aug 17, 2019 #Featured
473 Views

ରାଉରକେଲା : ରାଉରକେଲାରେ ଚାଞ୍ଚଲ୍ୟ । NIT କ୍ୱାଟର୍ସରୁ ଉଦ୍ଧାର ହୋଇଛି ଜଣେ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ।  ମୃତକ ହେଲେ ଆ.ର୍ ଜୟ.ବାଲାନ ଓ ତାଙ୍କ ପତ୍ନୀ ମାଳିନୀ କେଶବନ୍ । ବାଥ୍‌ରୁମରେ ସ୍ୱାମୀର ମୃତଦେହ ପଡ଼ିଥିବା ବେଳେ ବେଡ୍‌ରୁମ୍‌ରେ ପଡ଼ିଥିଲା ପତ୍ନୀଙ୍କ ମୃତଦେହ। ସୂଚନା ଅନୁସାରେ ୨ ଦିନ ହେଲା ସେମାନଙ୍କ ଘର, ଭିତର ପଟୁ ବନ୍ଦ ଥିଲା । ସନ୍ଦେହ ହେବାରୁ ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଆସି କବାଟ ଭାଙ୍ଗି ଘରେ ପଶିବା ପରେ ଦୁଇ ମୃତଦେହ ଉଦ୍ଧାର ହୋଇଛି  ।

ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ ପହଞ୍ଚି  ତଦନ୍ତ କରୁଛି । ନିଜେ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ମଧ୍ୟ ଆସିଛନ୍ତି।  ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଥିବା ବେଳେ ଘରୁ ମିଳିଛି ୪ ପୃଷ୍ଠାର ସୁଇସାଇଡ୍ ନୋଟ୍ । ବିଷକ୍ରିୟାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସହକାରୀ ପ୍ରଫେସର ଆର୍ ଜୟବାଲାନ ୮ ବର୍ଷ ହେଲା NIT ରେ ଚାକିରି କରୁଥିଲେ।  ତାଙ୍କ ଘର ହେଉଛି ତାମିଲନାଡୁରେ।

ବାଲାନ ଲାଇଫ୍ ସାଇନ୍ସର ସହକାରୀ ପ୍ରଫେସର ଥିଲେ । ଯାହା ସୂଚନା ମିଳିଛି, ସ୍ୱାମୀ-ସ୍ତ୍ରୀଙ୍କ ହାବଭାବରେ ସେମିତି କିଛି ଅସ୍ୱାଭାବିକତା ନ ଥିଲା। କେଉଁ କାରଣରୁ ଉଭୟଙ୍କ ମୃତ୍ୟୁ ହୋଇଛି, ତାକୁ ନେଇ ଏକ ପ୍ରକାର ଚାଞ୍ଚଲ୍ୟ ଖେଳି ଯାଇଛି । NIT ରାଉରକେଲାର ରେଜିଷ୍ଟ୍ରାର୍ କହିଛନ୍ତି, ଜୟବାଲାନଙ୍କ ପରିବାରକୁ ଡକାଯାଇଛି।  ଆସନ୍ତାକାଲି ସେମାନ ପହଞ୍ଚିବେ ।

By amfnews

Related Post