Sun. Mar 8th, 2026

ବାଣ କାରବାର ଉପରେ ପୁଲିସର ରାତି ଅଧିଆ ଚଢ଼ାଉ, ବିପୁଳ ପରିମାଣର ବାଣ ଜବତ

506 Views

କଟକ : ବାଣ କାରବାର ଉପରେ ପୁଲିସର ଚଢ଼ାଉ। ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନାପୁର ଓ ମହାଜନପୁର ଅଞ୍ଚଳରେ ଚାଲିଥିବା ବାଣ କାରବାର ଉପରେ ରାତି ଅଧିଆ ଚଢ଼ାଉ କରିଛି ପୁଲିସ। ଘଟଣାସ୍ଥଳରୁ ପୁଲିସ ବିପୁଳ ପରିମାଣର ବାଣ ଜବତ କରିବା ସହ ବାଣ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୨ ଜଣକୁ ଧରି ଥାନାରେ ଅଟକ ରଖିଛି। ଜବତ ବାଣ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। ରାତି ଅଧିଆ ଏହି ଚଢ଼ଉରେ ୪ ପ୍ଲାଟୁନ ପୁଲିସ ଫୋର୍ସ ସମେତ ୧୦ ଜଣ ଅଫିସର ନିୟୋଜିତ ଥିଲେ।

By amfnews

Related Post