Wed. May 21st, 2025

ବାଙ୍ଗିରିପୋଷି ଥାନାରେ ଖତ ଖାଉଛି ଦାମିକା ଗାଡ଼ି

By amfnews Nov 4, 2019 #Featured
181 Views

ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନାରେ ୨୦ରୁ ଅଧିକ ଚାରିଚକିଆ ଗାଡ଼ି ଓ ୧୩ଟି ଦୁଇଚକିଆ ଗାଡ଼ି ଖତ ଖାଉଛି। ଚୋରା ଗାଡ଼ି, ଦୁର୍ଘଟଣା ଗ୍ରସ୍ତ ଗାଡ଼ି, ନିଶା ପରିବହନ ସହିତ ବିଭିନ୍ନ ଘଟଣାରେ ଜଡ଼ିତ ପରିବହନ ଗାଡ଼ିଗୁଡିକ ପଡ଼ିରହିଛି। କୋର୍ଟ ନିର୍ଦେଶ ସତ୍ବେ ବହୁ ଗାଡ଼ିମାଲିକ ନେଉ ନଥିବାରୁ ଥାନା ପରିସରରେ ପଡ଼ିରହିଛି ବୋଲି ପୁଲିସ କହିଛି।

ସବୁଠାରୁ ଆଶ୍ଚର୍ଯ୍ୟ କଥା ପୁଲିସ ଫାଇଲ ରେ ୧୩ଟି ଦୁଇଚକିଆ ଓ ଦୁଇଟି ଚାରି ଚକିଆ ଯାନ ମାଲ ଗୋଦାମରେ ଅଛି । ବହୁ ସମୟରେ କୋର୍ଟରେ ମାମଲାର ଗତି ଏପରି ମନ୍ଥର ହୋଇ ପଡ଼ୁଛି ଯେ ରାୟ ଆସିଲା ବେଳକୁ ଗାଡ଼ିଗୁଡ଼ିକ ଖରା ବର୍ଷାରେ ପଡ଼ିରହି ଖତ ଖାଇ ଯାଉଛି। ଯେଉଁ ଗାଡ଼ିକୁ ଥାନାରୁ ନେବାକୁ ମାଲିକକୁ ଯେତିକି ଖର୍ଚ୍ଚ କରିବା ପାଇଁ ପଡ଼ିବ ସେହି ଟଙ୍କା ରେ ନୂଆ ଗାଡି ଫାଇନ୍ସରେ ମିଳିଯିବ ବୋଲି ଜଣାପଡିଛି। ଫଳରେ ଥାନାରେ ଗଦା ଗଦା ଗାଡ଼ି ଅଯଥାରେ ପରିବେଶକୁ ନଷ୍ଟ କରୁଛି।

ଏତେ ଟଙ୍କାର ଗାଡ଼ି କିଏ କେଉଁ ପରିସ୍ଥିତିରେ କିଣି ଥିବ, କାହା ପରିବାର ଏଥିପାଇଁ ଚଳୁଥିବ। ମାମଲା ପରେ ପୁଣି ଗାଡ଼ି ଚଳାଇ ନିଜ ଜୀବିକା ନିର୍ବାହ କରିବା ର ସପ୍ନ ଗାଡ଼ିଗୁଡିକୁ ପାଖରେ ଦେଖିଲେ ସବୁ ମିଳେଇ ଯିବ। ଥାନାରେ ଥିବା ଗାଡ଼ିଗୁଡ଼ିକ ସ୍କରପିୟ , ବଲେରୋ, ଇନୋଭା, ଟ୍ରାକ୍ଟର , ମେକ୍କସିମୋ, ଟ୍ରାଭେରା, ଦାମିକା ମଟର ସାଇକେଲ ସବୁ ପଡ଼ିରହିଛି । ଖରା ବର୍ଷା ଦାଉରୁ ଦାମିକା ଗାଡ଼ିଗୁଡ଼ିକର ସୁରକ୍ଷା ଦେବା କାହା କାମ ବୋଲି ପ୍ରଶ୍ନ ଉଠିଛି। ଯେଉଁ ଗାଡ଼ିଗୁଡ଼ିକରର କିସ୍ତି ସୁଝିବା ପାଇଁ ବହୁ ମାଲିକକୁ ତଳିତଳାନ୍ତ କରିଦେଇଥିବା ଜଣାପଡ଼ିଛି।

By amfnews

Related Post