Sat. Mar 7th, 2026

ବାଇକ୍‌ରେ ଯାଉଥିଲେ, ମାରିଲା ବିଜୁଳି !

329 Views

ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ହିଲୋଇ ନିକଟରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଜୟ କୁମାର ସାହୁ (୨୫)। ତାଙ୍କ ଘର ତାଳଚେର ବେଲାପଡ଼ା ଗାଁରେ। ସେ ଭରତପୁର କୋଇଲା ଖଣିରେ କାର୍ଯ୍ୟ କରୁଥିଲେ।

ଆଜି ଭୋର ପ୍ରାୟ ସାଢ଼େ ପାଞ୍ଚଟା ବେଳେ  ଅଜୟ ଏକ ବାଇକ୍‌ରେ ଭରତପୁର କୋଇଲା ଖଣିକୁ ଯାଉଥିଲେ। ଏହି ସମୟରେ ହିଲୋଇ ଠାରେ ବଜ୍ରପାତରେ ତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ତାଳଚେର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି  ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏଥିସହ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ଘଟିଛି, ତା’ର ତଦନ୍ତ ଚଳାଇଛି।

By amfnews

Related Post