Thu. Dec 26th, 2024

ବାଂଲାଦେଶର ପୂର୍ବତନ ପିଏମ ଖାଲିଦା ଜିଆଙ୍କୁ ପୁଣି ଝଟକା: ୫ ବର୍ଷର ସଜା ବଢାଇ ୧୦ ବର୍ଷ କଲା ହାଇକୋର୍ଟ

By amfnews Oct 30, 2018 #Featured
102 Views

ନୂଆଦିଲ୍ଲୀ, ଅକ୍ଟୋବର ୩୦, : ଭ୍ରଷ୍ଟାଚାର ମାମଲାରେ ସଜା କାଟୁଥିବା ବାଙ୍ଗଲାଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଖାଲିଦା ଜିଆଙ୍କ ସମସ୍ୟା କମିବା ବଦଳରେ ବଢିବାରେ ଲାଗିଛି । ଜିଆଙ୍କୁ ଅନାଥଶ୍ରମ ଟ୍ରଷ୍ଟର ଅର୍ଥ ହେରଫେର ମାମଲାରେ ୫ ବର୍ଷର ସଜା କାଟୁଥିବା ବେଳେ ହାଇକୋର୍ଟ ଏହାକୁ ବଢାଇ ୧୦ ବର୍ଷ କରିଦେଇଛି । ଏହା ପୂର୍ବରୁ ସୋମବାର ଦିନ ତାଙ୍କୁ ଅନ୍ୟ ଏକ ଭ୍ରଷ୍ଟାଚାର ମାମଲାରେ ୭ ବର୍ଷର ଦଣ୍ଡ ଶୁଣାଣି ହୋଇଛି ।

 ସୋମବାର ଏହି ନିଷ୍ପତି ଆସିବା ପରେ ଜିଆଙ୍କ ହଜାର ଜହାର ସମର୍ଥକ ଓ ପୋଲିସ ମଧ୍ୟରେ ସଂର୍ଘଷ ହୋଇଥିଲା । ଶେଖ ହସିନାଙ୍କୁ ଘୋର ବିରୋଧ ଭାବେ ଜଣାଶୁଣା ଜିଆ ଏହି ବର୍ଷ ଫ୍ରେବୃଆରୀ ରେ ଅନାଥଶ୍ରମ ଅର୍ଥ ହେରଫେର ମାମଲରେ ୫ ବର୍ଷ ପାଇଁ ଜେଲ ଦଣ୍ଡ ଭୋଗୁଥିବା ବେଳେ ବର୍ତମାନ ଏହାକୁ ବଢାଇ ୧୦ ବର୍ଷ କରିଦିଆଯାଉଛି ।

ଏହି ମାମଲରେ ମଧ୍ୟ ୭୩ ବର୍ଷୀୟା ଜିଆଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତାଙ୍କ ଉପରେ ଚ୍ୟାରଟି ଫଣ୍ଡର ପ୍ରାୟ ୩ ଲକ୍ଷ ୭୫ ହଜାର ଆମରେକୀୟ ଡଲାରର ଅପବ୍ୟବହାର କରିବାର ଅଭିଯୋଗ ହୋଇଛି ।

ନିଜ ସ୍ୱାମୀଙ୍କ ହତ୍ୟା ପରେ ୧୯୮୦ରେ ଖାଲିଦା ଜିଆ ରାଜନୀତିକୁ ଆସିଥିଲେ । ତାଙ୍କ ଉପରେ ଭ୍ରଷ୍ଟାଚାର ଓ ହିଂସା ସହିତ ଜଡିତ ପ୍ର।ୟ ଅଧା ଅଧି ମାମଲା ରହିଛି । ଏହି ମାମଲରେ ଜିଆଙ୍କ କହିବା କଥା ଯେ, ତାଙ୍କ ପରିବାରକୁ ରାଜନୀତିରୁ ଦୂର କରିବା ପାଇଁ ଏହା ଏକ ଚକ୍ରାନ୍ତ । ଜିଆଙ୍କୁ ବାଙ୍ଗଲାଦେଶ ଜାତୀୟତା ଦଳରୁ ୨୦୧୪ରୁ ବହିଷ୍କାର କରାଯାଇଛି ।

ସୂଚନାଯୋଗ୍ୟ କି, ନିକଟରେ ବାଙ୍ଗଲାଦେଶର ଏକ ଅଦାଲତରେ ୨୦୦୪ର ଗ୍ରେନେଡ ଆକ୍ରମଣ ମାମଲାରେ ଖାଲିଦା ଜିଆଙ୍କ ପଳାତକ ପୁଅ ତାରିଖ ରେହମାନଙ୍କୁ ଆଜୀବନ ଓ ଅନ୍ୟ ୧୯ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଏହି ମାମଲରେ ୨୪ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ସେତବେଳେ ବିପକ୍ଷ ଦଳର ପ୍ରମୂଖ ଥିବା ଶେଖ ହସିନାଙ୍କ ସହିତ ପ୍ରାୟ ୫୦୦ ଲୋକ ଆହାତ ହୋଇଥିଲେ ।

By amfnews

Related Post