Sat. Nov 2nd, 2024

ବସ୍ତି ସୁରକ୍ଷା ସମିତି ପକ୍ଷରୁ ନବବର୍ଷ ପାଳନ ଓ ଅସହାୟ ଗରିବ ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

By amfnews Jan 2, 2019 #Featured
154 Views

ରାଉରକେଲା, ୨ା୧ : ପବିତ୍ର ନବବର୍ଷର ଶୁଭ ଅବସରରେ ବସ୍ତି ସୁରକ୍ଷା ସମିତି ତରଫରୁ ମାଲଗୋଦାମ ସ୍ଥିତ କାଳୀ ମନ୍ଦିର ପରିସରରେ ଏକ ଉତ୍ସବ ପାଳିତ ହୋଇଯାଇଛି । ସମିତି ସଭାପତି ବିରେନ ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାଲଗୋଦାମ, ମଧୁସୂଦନପାଲୀ, ରେଲୱେ କଲୋନୀ, ଗୋପବନ୍ଧୁପାଲୀ ଏବଂ ଅମରନାଥ ବସ୍ତି ଅଞ୍ଚଳର ଶହ ଶହ ସଂଖ୍ୟାରେ ବସ୍ତି ବାସିନ୍ଦା ଅଂଶଗ୍ରହଣ କରିଥିଲେ ।

ଉପସ୍ଥିତ ବସ୍ତି ବାସୀମାନଙ୍କୁ ଶ୍ରୀ ସେନାପତି ତଥା ଉପସ୍ଥିତ ଅନ୍ୟ ନେତୃବୃନ୍ଦ ନବବର୍ଷର ଶୁଭେଚ୍ଛା ଜ୍ଞାପନ କରି ସେମାନଙ୍କ ସୁଖ, ସମୃଦ୍ଧି କାମନା କରିବା ସହିତ ସେମାନଙ୍କୁ ତାଙ୍କର ଅଧିକାର, ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ ।

ସମିତି ଉପଦେଷ୍ଟା ରାମାନନ୍ଦ ଶ୍ରୀଚନ୍ଦନ, ସମାଜସେବୀ ସନ୍ତୋଷ ବିଶ୍ୱାଳ, ଚିତ୍ତରଞ୍ଜନ ମହାନ୍ତି, ଇଂ.ରାମପୁକାର ସିଂହ, ବିପିନ ଠାକୁର, ନିର୍ମଳା ମହାପାତ୍ର, ମମତା ଦତ୍ତ, ରିଙ୍କୁ ଖାନ, ପପୁ ଖାନ, ଆବିଦ ହୁସେନ ଓ ସିଦେ୍ଧଶ୍ୱର ମଲ୍ଲିକ ପ୍ରମୁଖ ଏହି ଅବସରେ ନିଜ ନିଜର ବକ୍ତବ୍ୟ ରଖି ବସ୍ତି ସୁରକ୍ଷା ସମିତି ବସ୍ତିବାସୀଙ୍କ ଗହଣରେ ନୂଆ ବର୍ଷ ପାଳନ କରିଥିବାରୁ ସମିତି ଅଭିନନ୍ଦନ ଜଣାଇବା ସହିତ ଯେଉଁ ସଦସ୍ୟମାନେ ଏଥିରେ ସହଯୋଗ କରିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

ଏହି ଅବସରରେ ୧୫୦ ଜଣ ଅସହାୟ ବରିଷ୍ଠ ନାଗରିକମାନଙ୍କୁ ସମିତି ତରଫରୁ କମ୍ବଳ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ସରୋଜ ଜେନା ପରିଚାଳନା କରିଥିବା ବେଳେ ସମିତିର ଅନ୍ୟତମ ସଦସ୍ୟ କୈଳାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

By amfnews

Related Post