119 Views
ନୂଆଦିଲ୍ଲୀ, ନଭେମ୍ବର ୨୬: ଆଗ୍ରା-ଲଖନଉ ଏକ୍ସପ୍ରେସ ୱେ ଉପରେ କନ୍ନୋଜ ଜିଲ୍ଲାର ଅରିଲରେ ରବିବାର ବିଳମ୍ବିତ ରାତିରେ ଏକ ବଡ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଅଯୋଧ୍ୟ୍ୟା ଫେରୁଥିବା ଏକ କାର ଘରୋଇ ବସରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ, କାରରେ ଥିବା ୪ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।
ଏହି ଦୁର୍ଘଟଣା ଟି କନ୍ନୋଜ ଜିଲ୍ଲା ନିକଟରେ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଅଯୋଧ୍ୟାରୁ ଫେରୁଥିବା ଏକ ଘରୋଇ ବସ ରାସ୍ତା କଡରେ ଛିଡା ହୋଇଥିଲା । ଠିକ୍ ସେତିକି ବେଳେ ଲଖନଉ ପଟରୁ ଦିଲ୍ଲୀ ଯାଉଥିବା ଏକ କାର ଦୃତ ଗତିରେ ଆସି ବସକୁ ପଛ ପଟରୁ ଧକ୍କା ଦେଇଥିଲା । ଏଥିରେ କାରରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ପ୍ରାୟ ଅଧିକାଂଶ ଲୋକ ଆହାତ ହୋଇଛନ୍ତି ।
ଏହି ଦୁର୍ଘଟଣାର ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତିକରାଯାଇଛି । ଏହି ଦୁର୍ଘଟଣା ପ୍ରକୃତ କାରଣ ଜଣା ପଡିନାହିଁ । ପୋଲିସ ତଦନ୍ତ ଜାରି ରଖିଛି ।