213 Views
କୋଲକାତା, ଅଗଷ୍ଟ ୨୫ :
କୋଲକାତା କୋର୍ଟ କାଲି ଜଣେ ବାଳକ ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ ଏକ ୧୨ ବର୍ଷୀୟ ବାଳିକାକୁ ବଳାତ୍କାର କରିବା ମାମଲାରେ ଆଜୀବନ କାରାଦଣ୍ଡର ଆଦେଶ ଦେଇଛନ୍ତି । ଅଦାଲତ ଅପରାଧୀର ଜଘନ୍ୟ ପ୍ରକୃତିକୁ ଦେଖି ଏହି ଦଣ୍ଡାଦେଶ ଦେଇଥିବାର ସୂଚନା ମିଳିଛି ।
ପୀଡିତାର ମା ଦ୍ୱାରା ହୋଇଥିବା ଅଭିଯୋଗ ମୁତାବକ, ସଂପୃକ୍ତ ବାଳିକାକୁ ୨୦୧୭ ଡିସେମ୍ବର ୧୬ ସନ୍ଧ୍ୟାରେ ଅପହରଣ କରି ଏହି ଦୁଇ ଜଣ ବଳାତ୍କାର କରିଥିଲେ । ସେଠାକାର ସିୟାଲଦହ ଅଦାଲତର ନ୍ୟାୟାଧୀଶ ଜିମୁତ ବହାନ ବିଶ୍ୱାସ ସାମୂହିକ ବଳାତ୍କାର ଏବଂ ପୋକ୍ସୋ ଆଇନି ଆଧାରରେ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ।