181 Views
ବଲାଙ୍ଗୀର, ନଭେମ୍ବର ୨୪ : ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ପାଇଁ ଯାଇଥିବା ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକ ଘେରାଉ କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ତାଙ୍କ ପିଏସ୍ଓ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ମଧ୍ୟ ଅଟକ ରଖିଛନ୍ତି । ପ୍ରକଳ୍ପ କ୍ଷତିଗ୍ରସ୍ତକାରୀଙ୍କୁ ଏକାକାଳୀନ କ୍ଷତିପୂରଣ ପ୍ରଦାନ ଓ ଥଇଥାନ ଦାବିରେ ଘେରାଉ କରାଯାଇଛି ।
ଆଜି ବଲାଙ୍ଗୀର ଜିଲ୍ଲାପାଳ, ପିଏସ୍ଓ ଏବଂ ମୁଖ୍ୟଯନ୍ତ୍ରୀ ବନ୍ଦ ରହିଥିବା ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ପାଇଁ ଯାଇଥିଲେ । ତେବେ ସେଠାରେ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କୁ ଘେରିଥିଲେ । ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଥର ଥର କରି ଦିଆଯାଉଥିବା କ୍ଷତିପୂରଣ ପରିବର୍ତ୍ତେ ଏକକାଳନୀ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି । ତେବେ ଜିଲ୍ଲାପାଳ ଲୋକଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଲୋକମାନେ ଜିଲ୍ଲାପାଳଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି ।