Fri. Mar 6th, 2026

ବର୍ଷ ଶେଷରେ ପୁରୀରେ ପ୍ରବଳ ଭିଡ଼

336 Views

ପୁରୀ  : ଆଜି ହେଉଛି ବର୍ଷର ଶେଷ ଦିନ। କାଲିଠୁ ଆରମ୍ଭ ହେବ ବର୍ଷ ୨୦୨୦। ୨୦୧୯କୁ ବିଦାୟ ଦେବା ପୂର୍ବରୁ ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ପୁରୀରେ ଜମିଛି ପ୍ରବଳ ଭିଡ଼। ସେହିଭଳି ଆସନ୍ତାକାଲି ବର୍ଷ ଆରମ୍ଭ ହେଉଥିବାରୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିବାକୁ ପୁରୀକୁ ପହଞ୍ଚିବେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ।

ନୂଆ ବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ବଳୟକୁ ଉଚ୍ଛେଦ କରାଯିବା ପରେ ଶ୍ରୀମନ୍ଦିର ସମ୍ମୁଖକୁ ସଜାଯାଇଛି। ଏହାସହ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇଥିବା ବେଳେ ରାତିରେ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ୬୫ ପ୍ଲାଟୁନ ପୁଲିସ୍‌ ଫୋର୍ସ ସହ ୨୭୬ଜଣ ଅଧିକାରୀ ମୁତୟନ ହୋଇଛନ୍ତି।  ଭକ୍ତମାନେ ଲମ୍ବା ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ, ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି।

By amfnews

Related Post