Sat. Mar 7th, 2026

ବର୍ଷା ଯୋଗୁଁ ଥମିଲା ମୁଜାଫରପୁର ଚମକୀ ଜ୍ୱର

179 Views

ପାଟନା: ମୌସୁମୀ ବର୍ଷା ଯୋଗୁଁ ବିହାରର ମୁଜାଫରପୁର ଜିଲ୍ଲାରେ ଆକ୍ୟୁଟ୍‌ ଏନ୍‌ସିଫାଲାଇଟିସ୍‌ ସିଣ୍ଡ୍ରୋମ୍‌ ଆକ୍ରାନ୍ତଙ୍କ ସଂଖ୍ୟ କମିଛି ବୋଲି ଡାକ୍ତର, ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଏକମତ ହୋଇଛନ୍ତି। ସ୍ଥାନୀୟ ଭାଷାରେ ଏହାକୁ ଚମକୀ ଜ୍ୱର ବୋଲି କୁହାଯାଉଛି।

ବର୍ଷା ଯୋଗୁଁ ଚାଷୀମାନେ ଯେତିକି ଖୁସି ନ ହେଉଛନ୍ତି ଜରରେ ଆକ୍ରାନ୍ତ ପିଲାମାନଙ୍କର ବାପାମାଆ ମାନେ ତା’ର ଅଧିକ ଖୁସ ହେଉଛନ୍ତି। ସେ ଜାଣନ୍ତି ରୋଗ ଭଲ କରିବାରେ ଔଷଧ ଠାରୁ ଏଇ ବର୍ଷା ଅଧିକ ଫଳପ୍ରଦ। ଏଇଏସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଶତାଧିକ ପିଲାଙ୍କୁ ତୁରନ୍ତ ଆରୋଗ୍ୟ କରିବାରେ ବର୍ଷା ନିଶ୍ଚୟ ସହାୟକ ହେବ ବୋଲି ମୁଜାଫରପୁର ଏବଂ ଏହାର ପଡ଼ୋଶୀ ଜିଲ୍ଲାବାସୀଙ୍କର ବିଶ୍ୱାସ।

ରାଷ୍ଟ୍ରାୟତ ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍‌ପିଟାଲର ଶିଶୁ ବିଭାଗର ମୁଖ୍ୟ ଗୋପାଳ ଶଙ୍କର ସାହାଣି କହନ୍ତି: ବାୟୁମଣ୍ଡଳକୁ ଥଣ୍ଡା କରି ଦେଇଥିବା ବର୍ଷା ଯୋଗୁଁ ଏଇଏସ୍‌ରେ ଆକ୍ରାନ୍ତ ନୂଆ କେସ୍‌ ସଂଖ୍ୟା ଅଳ୍ପ କିଛି ଦିନ ହେବ ଖୁବ୍‌ ହ୍ରାସ ପାଇଛି।
ଏଥିରେ ଆକ୍ରାନ୍ତ ହୋଇ କେବଳ ଜୁନ୍‌ ମାସରେ ମୁଜାଫରପୁରରେ ୧୩୨ ଜଣ ପିଲା ପ୍ରାଣ ହରାଇବାର କାରଣ ସଂକ୍ରାନ୍ତରେ ଡାକ୍ତରମାନେ ମଧ୍ୟ ଜାଣି ପାରି ନାହାନ୍ତି। କେନ୍ଦ୍ର ସରକାର ମଧ୍ୟ ଏହାର ଭେଦ ପାଉ ନାହାନ୍ତି। କିନ୍ତୁ ଗୋଟିଏ କଥାରେ ସେମାନେ ଏକମତ: ବର୍ଷା ଏ ରୋଗକୁ ପ୍ରତିହତ କରି ପାରିବ।

ତିନୋଟି ଏଚ୍‌ (ଇଂରାଜୀ ଅକ୍ଷର)- ହିଟ୍‌ େଓ୍ଵଭ୍‌, ହ୍ୟୁମିଡିଟି ଏବଂ ହାଇପୋଗ୍ଲାଇସିମିଆ (ଉତପ୍ତ ଝାଞ୍ଜି, ଆର୍ଦ୍ରତା ଏବଂ ରକ୍ତରେ ଶର୍କରା କମିବା) ଯୋଗୁଁ ହିଁ ଏଇଏସ୍‌ର ଆକ୍ରାନ୍ତ ପିଲାଙ୍କର ମୃତ୍ୟୁ ଘଟୁଥିବା କଥା ଗବେଷକ ଡାକ୍ତରମାନେ କହୁଛନ୍ତି।

By amfnews

Related Post