Sat. Mar 7th, 2026
190 Views

ଭୁବନେଶ୍ୱର : ଚାରି ଦିନ ଧରି ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିବା ପରେ ଆଜି ଏଥିରେ ସୁଧାର ଆସିଛି। ପାଗ ପୂରା ଶୁଖିଲା ରହିଛି। ତେବେ ଶୀତ ଟିକେ ବଢ଼ିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜିଠୁ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନ ମୋହନ ଦାସଙ୍କ କହିବା ଅନୁଯାୟୀ, ଏବେ ତାପମାତ୍ରା ୨ରୁ ୫ ଡିଗ୍ରୀ ହ୍ରାସ ପାଇବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, କଟକ, ଅନୁଗୋଳ, ସୁନ୍ଦରଗଡ଼, ବଲାଙ୍ଗିର ଓ ସୋନପୁର ଜିଲ୍ଲାରରେ ଅଧିକ ଶୀତ ଅନୁଭୂତ ହେବ। ଏହା ସହ ବଲାଙ୍ଗିର, କଳାହାଣ୍ଡି, , କନ୍ଧମାଳ,ରାୟଗଡ଼ା,କୋରାପୁଟ ଓ ଅନୁଗୋଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ।

ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତା’ସହିତ ଆକାଶ ମେଘମୁକ୍ତ ରହିବ।

By amfnews

Related Post