Sun. Mar 8th, 2026

ବର୍ଷା, ପବନ, ବିଜୁଳି ଓ ଧୂଳି ଝଡ଼ରେ ୧୭ଜଣଙ୍କ ମୃତ୍ୟୁ

199 Views

ଲକ୍ଷ୍ନୌ: ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ, ବିଜୁଳି ମାରିବା ସହ ଧୂଳି ଝଡ଼ ହୋଇଛି। ଭିନ୍ନଭିନ୍ନ ସ୍ଥାନରେ ଝଡ଼ ତୋଫାନରେ ମୋଟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ସିଦ୍ଧାର୍ଥନଗରରେ ଚାରି, ଦେବରିଆ ଜିଲ୍ଲାରେ ତିନ, ବସ୍ତିରେ ତିନ, ବାଲିଆ ଜିଲ୍ଲାରେ ଦୁଇ ଓ ଆଜମଗଢ଼, କୁଶିନଗର, ମହାରାଜଗଞ୍ଜ, ଳକ୍ଷ୍ମୀମପୁର ଓ ପିଲିଭିତରେ ଜଣେ-ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସିଦ୍ଧାର୍ଥନଗରରେ ଏକ ଟିଣ-ସେଡ ପଡ଼ିଯିବା ହେତୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଦୁଇଜଣ ମହିଳା ବି ଗୁରୁତର ହୋଇଥିଲେ। ସେହିପରି ବସ୍ତି ଜିଲ୍ଲାରେ ବିଜୁଳି ମାରିବା ହେତୁ ବୁଜଭାନ ଯାଦବଙ୍କ ମୃତ୍ୟୁ ଘଟିଛି। ବସ୍ତିର ଦେବରୁଆ ଗ୍ରାମରେ ଗଛ ପଡ଼ିଯିବା ହେତୁ ତିରିଣି ବର୍ଷୀୟ ବିଶାଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

By amfnews

Related Post