Sat. Mar 7th, 2026

ବରୁଣ ଧାବନ ଓ ଅନୁଷ୍କା ଶର୍ମା ହେଲେ ସ୍କିଲ୍‌ ଇଣ୍ଡିଆ ମିସନ୍‌ କ୍ୟାମ୍ପେନ୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍‌

254 Views

ଭୁବନେଶ୍ୱର: ବଲିଉଡ୍‌ ଅଭିନେତା ବରୁଣ ଧାବନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍କିଲ୍‌ ଇଣ୍ଡିଆ ମିସନ୍‌ କ୍ୟାମ୍ପେନ୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍‌ ହେବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଥିବା ବହୁପ୍ରତୀକ୍ଷିତ ସୁଇ-ଧାଗା ଚଳଚ୍ଚିତ୍ରରେ ଏହି ଯୋଡ଼ି ଭାରତର ଦକ୍ଷ ମାନବ ସମ୍ବଳକୁ ସମ୍ମାନିତ କରିବା ପାଇଁ ଆଗେଇ ଆସିଛନ୍ତି।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବରୁଣ ଧାବନ ଓ ଅନୁଷ୍କା ଶର୍ମା ତାଙ୍କର ଚଳଚ୍ଚିତ୍ର ସୁଇ-ଧାଗା ମାଧ୍ୟମରେ ଦେଶରେ ନଜର ଆଢ଼ୁଆଳରେ ରହିଯାଇଥିବା ମାନବ ସମ୍ବଳର ଦକ୍ଷତାକୁ ଲୋକଙ୍କ ସାମ୍ନାକୁ ଆଣିବାରେ ଏକ ନିଷ୍ଠାପର ଉଦ୍ୟମ କରିଛନ୍ତି। ଏହି ଦୁଇ କଳାକାର ସ୍କିଲ୍‌ ମିସନ୍‌ରେ ସାମିଲ୍‌ ହେବା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ସ୍ୱପ୍ନକୁ ଅଧିକ ଶକ୍ତି ମିଳିବ।

By amfnews

Related Post