Sat. Mar 15th, 2025

ବରିଷ୍ଠ ସାମ୍ବାଦିକ ରଣଜିତ୍ ଗୁରୁଙ୍କ ପରଲୋକ

By amfnews Aug 18, 2019 #Featured
262 Views

ଭୁବନେଶ୍ୱର  :  ବରିଷ୍ଠ ସାମ୍ବାଦିକ ରଣଜିତ୍‌ ଗୁରୁଙ୍କର ପରଲୋକ ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

ସଂକ୍ରମଣ ଜନିତ ଅସୁସ୍ଥତା ଯୋଗୁ ଗତ ୧ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ତାଙ୍କ ବିୟୋଗରେ ରାଜ୍ୟ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳି ଯାଇଛି।

ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟସ୍ଥ ମହଖଣ୍ଡ ଗାଁରେ ଶ୍ରୀ ଗୁରୁ ଜନ୍ମ ହୋଇଥିଲେ। ସମ୍ବଲପୁର ଟାଉନ୍ ହାଇସ୍କୁଲ୍ ଓ ଗଙ୍ଗାଧର ମେହେର କଲେଜରେ ଶିକ୍ଷା ଲାଭ କରିବା ପରେ ସେ ରାଜନୀତି ବିଜ୍ଞାନର ଛାତ୍ର ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗରେ ଅଧ୍ୟୟନ କରି ଏମ୍‌.ଏ ଓ ଏମ୍‌.ଫିଲ୍ ଡିଗ୍ରୀ ହାସଲ କରିଥିଲେ। ତା’ପରେ ସାମ୍ବାଦିକତା ବୃତ୍ତି ପରି ଆକୃଷ୍ଟ ହୋଇଥିଲେ। ୧୯୮୪ ମସିହାରେ ସେ ‘ସମ୍ବାଦ’ରେ ଯୋଗ ଦେଇଥିଲେ। ସ୍ୱର୍ଗତ ଶ୍ରୀ ଗୁରୁଙ୍କର ନାଟକ ପ୍ରତି ମଧ୍ୟ ରୁଚି ଥିଲା। କଲେଜ ଜୀବନରୁ ଆକାଶବାଣୀ ସମ୍ବଲପୁର ନାଟ୍ୟ ବିଭାଗର ଜଣେ ଏ-ଗ୍ରେଡ୍ କଳାକାର ହିସାବରେ ସେ ବହୁ ନାଟକରେ ଅଂଶ ଗ୍ରହଣ କରିଥିଲେ।

By amfnews

Related Post